Door43-Catalog_or_tn/LUK/10/29.md

1.7 KiB

କିନ୍ତୁ ବ୍ୟବସ୍ଥାଶାସ୍ତ୍ରଜ୍ଞ, ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି, ପଚାରିଲା

ଏହା ଏହିପରି ଅନୁବାଦ କରାଯାଇପାରେ “କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାର ସୁଯୋଗ ଖୋଜିବାକୁ ଇଚ୍ଛା କଲେ, ତେଣୁ ସେ ପଚାରିଲେ ” କିମ୍ବା “କିନ୍ତୁ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି, ସେ ପଚାରିଲା।”

ଉତ୍ତର ଦେଇ, ଯୀଶୁ କହିଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଉତ୍ତରରେ, ଯୀଶୁ ତାହାଙ୍କୁ ଏକ କାହାଣୀ କହିଲେ।”

ସେ ଡକାଇତମାନଙ୍କ ହାବୁଡରେ ପଡ଼ିଲା

“ଡକାଇତମାନଙ୍କ ଦ୍ୱାରା ପରିବେଷ୍ଟିତ ହେଲା।” ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ: “କେତେକ ଡକାଇତ ତାହାଙ୍କୁ ଆକ୍ରମଣ କଲେ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ତାହାର ଲୁଗାପଟା ଛଡାଇନେଇ ତାହାକୁ ବିବସ୍ତ୍ର କଲେ

“ତାହାର ଯାହା ଥିଲା ପ୍ରତ୍ୟେକ ଜିନିଷ ନେଇଗଲେ” କିମ୍ବା “ତାହାର ସମସ୍ତ ଜିନିଷ ଚୋରିକଲେ”