Door43-Catalog_or_tn/LUK/10/21.md

2.6 KiB
Raw Permalink Blame History

(ଯୀଶୁ ଶିଷ୍ୟମାନଙ୍କ ଉପସ୍ଥିତିରେ ଆପଣା ପିତାଙ୍କ ସହିତ ସିଧାସଳଖ ଭାବେ କଥା କହିବା ଆରମ୍ଭ କରନ୍ତି।)

ସ୍ୱର୍ଗ ଓ ପୃଥିବୀର ପ୍ରଭୋ

“ସ୍ୱର୍ଗ ଓ ପୃଥିବୀରେ ଥିବା ପ୍ରତ୍ୟେକ ଜଣ ଓ ପ୍ରତ୍ୟେକ ବିଷୟର ପ୍ରଭୁ”

ଏହି ସମସ୍ତ ବିଷୟ

ଏହା ଶିଷ୍ୟମାନଙ୍କ ଅଧିକାର ବିଷୟରେ ଯୀଶୁଙ୍କ ପୂର୍ବବର୍ତ୍ତୀ ଶିକ୍ଷାକୁ ଦର୍ଶାଏ। ଏହା ସରଳ ଭାବରେ କହିବା ଉତ୍ତମ ହୋଇପାରେ “ଏହି ସମସ୍ତ ବିଷୟ” ଏବଂ ପାଠକ ଏହାର ଅର୍ଥ ସ୍ଥିର କରନ୍ତୁ।

ଜ୍ଞାନୀ ଓ ବୁଦ୍ଧିମାନ

“ଯେଉଁ ଲୋକମାନେ ଜ୍ଞାନୀ ଓ ବୁଦ୍ଧିମାନ ସେମାନଙ୍କ ଠାରୁ।” ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁ ଲୋକମାନେ ଚିନ୍ତା କରନ୍ତି ଯେ ସେମାନେ ଜ୍ଞାନୀ ଓ ବୁଦ୍ଧିମାନ ଅଟନ୍ତି ସେମାନଙ୍କ ଠାରୁ।” (ଦେଖନ୍ତୁ: ବ୍ୟଙ୍ଗୋକ୍ତି)

ଶିକ୍ଷା ପାଇ ନ ଥିବା, ଛୋଟ ଶିଶୁ ସଦୃଶ୍ୟ

ଗ୍ରୀକ୍‌ରେ ଏହି ପଦ ଦର୍ଶାଏ ଏକ ଅତି ଯୁବା ଶିଶୁ। ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “ ଶିକ୍ଷା ପାଇ ନ ଥିବା” (ୟୁଏଲ୍‌ବି) କିମ୍ବା ) “ଯେଉଁମାନେ ତୁମ୍ଭର ସତ୍ୟକୁ ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ” (ୟୁଡିବୀ)।

ଛୋଟ ଶିଶୁ ସଦୃଶ୍ୟ

ଏହା ଏକ ଉପମା ଅଟେ ସେହି ଲୋକମାନଙ୍କ ନିମନ୍ତେ ଯେଉଁମାନେ ଜ୍ଞାନୀ ଓ ବୁଦ୍ଧିମାନ ନୁହଁନ୍ତି, କିମ୍ବା ଯେଉଁ ଲୋକମାନେ ଜାଣନ୍ତି ଯେ ସେମାନେ ଜ୍ଞାନୀ ଓ ବୁଦ୍ଧିମାନ ନୁହଁନ୍ତି। ଦେଖନ୍ତୁ: ଉପମା)

କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା

“କାରଣ ତୁମ୍ଭେ ଦେଖିଲ ଯେ ଏହା କରିବା ଉତ୍ତମ ଅଟେ”