Door43-Catalog_or_tn/LUK/10/17.md

4.3 KiB
Raw Permalink Blame History

(କିଛି ସମୟ ବିତିବା ପରେ, ଯୀଶୁ ଯେଉଁଠାରେ ଥିଲେ ସେଠାରେ ୭୦ ଜଣ ଶିଷ୍ୟମାନେ ଫେରିଲେ।)

୭୦ ଜଣ

ତୁମ୍ଭେମାନେ ଏକ ପାଦଟୀକା ସଂଯୁକ୍ତ କରିବା ନିମନ୍ତେ ଇଚ୍ଛା କରିପାର: “କେତେକ ସଂସ୍କରଣରେ ‘୭୦’ ପରିବର୍ତ୍ତେ ‘୭୨’ ଅଛି”

୭୦ ଜଣ ବାହୁଡିଆସି

କେତେକ ଭାଷାରେ କହିବା ନିମନ୍ତେ ଆବଶ୍ୟକ ଅଟେ ଯେ ପ୍ରକୃତରେ ସତୁରି ଜଣ ପ୍ରଥମେ ଗଲେ ଯେପରି ୟୁଡିବୀ କରିଛି। ଏହି ଅବ୍ୟକ୍ତ ସୂଚନା ଯାହା ସ୍ପଷ୍ଟ କରାଯାଇପାରେ। (ଦେଖନ୍ତୁ ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡିବା ମୁଁ ଦେଖୁଥିଲି

ଯୀଶୁ ବର୍ଣ୍ଣନା କରିବା ନିମନ୍ତେ ଏକ ଉପମାକୁ ବ୍ୟବହାର କଲେ, କିପରି ଈଶ୍ୱର ଶୟତାନକୁ ପରାସ୍ତ କଲେ ଯେତେବେଳେ ତାହାଙ୍କ ୭୦ ଜଣ ଶିଷ୍ୟମାନେ ନଗରମାନଙ୍କରେ ପ୍ରଚାର କରୁଥିଲେ।

ସାପ ଓ ବିଛା ଉପରେ ଚାଲିବାକୁ ଅଧିକାର

“ସାପମାନଙ୍କ ଉପରେ ଚାଲିବାକୁ ଓ ବିଛାମାନଙ୍କୁ ଚୂର୍ଣ୍ଣବିଚୂର୍ଣ୍ଣ କରିବାକୁ ଅଧିକାର” ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) ଏହା ପ୍ରକୃତ ସାପମାନଙ୍କୁ ଓ ବିଛାମାନଙ୍କୁ ଦର୍ଶାଏ କିମ୍ବା ) ସାପମାନେ ଓ ବିଛାମାନେ ଦୁଷ୍ଟାତ୍ମାମାନଙ୍କ ନିମନ୍ତେ ଏକ ଉଦାହରଣ ଅଟେ। ୟୁଡିବୀ ଏହା ଅନୁବାଦ କରେ, ଏହା ଦୁଷ୍ଟାତ୍ମାମାନଙ୍କୁ ଦର୍ଶାଏ: “ମୁଁ ତୁମ୍ଭମାନଙ୍କୁ ଦୁଷ୍ଟାତ୍ମାମାନଙ୍କୁ ଆକ୍ରମଣ କରିବା ନିମନ୍ତେ ଅଧିକାର ଦେଇଛି।” (ଦେଖନ୍ତୁ: ଉଦାହରଣ)

ସାପ ଓ ବିଛା ଉପରେ ଚାଲିବା

ଏହା ସ୍ପଷ୍ଟ କରେ ଯେ ସେମାନେ ଏହା କରିବେ କିନ୍ତୁ କ୍ଷତିଗ୍ରସ୍ତ ହେବେ ନାହିଁ। ତୁମ୍ଭେମାନେ ଏହାକୁ ସ୍ପଷ୍ଟ କରିପାର: “ସାପ ଓ ବିଛା ଉପରେ ଚାଲିବ ଆଉ କ୍ଷତିଗ୍ରସ୍ତ ହେବ ନାହିଁ।”

ଶତ୍ରୁର ସମସ୍ତ କ୍ଷମତା ଉପରେ

“ମୁଁ ତୁମ୍ଭମାନଙ୍କୁ ଶତ୍ରୁରସମସ୍ତ କ୍ଷମତାକୁ ଚୂର୍ଣ୍ଣବିଚୂର୍ଣ୍ଣ କରିବା ନିମନ୍ତେ ଅଧିକାର ଦେଇଅଛି” କିମ୍ବା “ମୁଁ ତୁମ୍ଭମାନଙ୍କୁ ଶତ୍ରୁକୁ ପରାସ୍ତ କରିବା ନିମନ୍ତେ ଅଧିକାର ଦେଇଅଛି।” ଶତ୍ରୁ ହେଉଛି ଶୟତାନ।

ଏଥିରେ ଆନନ୍ଦ କର

ଏହି ଶବ୍ଦ “ଏଥିରେ” ପରବର୍ତ୍ତୀ ବାକ୍ୟାଂଶକୁ ଦର୍ଶାଏ ଯାହା “ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି।”

ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଅଛି

ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ “ଈଶ୍ୱର ତୁମ୍ଭମାନଙ୍କ ନାମ ସ୍ୱର୍ଗରେ ଲେଖିଅଛନ୍ତି” କିମ୍ବା “ତୁମ୍ଭମାନଙ୍କ ନାମ ସେହି ଲୋକମାନଙ୍କ ସୂଚୀରେ ଅଛି ଯେଉଁମାନେ ସ୍ୱର୍ଗର ନାଗରିକ ଅଟନ୍ତି।”