Door43-Catalog_or_tn/LUK/10/13.md

5.4 KiB

(ଯୀଶୁ ୭୦ ଜଣ ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା ହେବା ଠାରୁ ପରିବର୍ତ୍ତନ ହୋଇ ତିନୋଟି ନଗରର ଲୋକମାନଙ୍କ ସହ କଥା କହନ୍ତି।)

ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍‌ସାଇଦା

ଯୀଶୁ ଏପରି କହୁଅଛନ୍ତି ଯେପରି କୋରାଜୀନ୍ ଓ ବେଥ୍‌ସାଇଦା ନଗରର ଲୋକମାନେ ସେଠାରେ ଥାଇ ତାହାଙ୍କୁ ଶୁଣୁଅଛନ୍ତି, କିନ୍ତୁ ସେମାନେ ନ ଥିଲେ। (ଦେଖନ୍ତୁ: ସମ୍ବନ୍ଧପଦର ଚିହ୍ନ)

କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରାଯାଇଛି

ଏହା ଏହିପରି ପ୍ରତ୍ୟେକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ ଯେପରି ୟୁଡିବୀରେ ଅଛି: “ଯଦି ଏହି ଆଶ୍ଚର୍ଯ୍ୟକାର୍ମ ଯାହା ମୁଁ ତୁମ୍ଭମାନଙ୍କ ନିମନ୍ତେ କରିଅଛି।” (ଦେଖନ୍ତୁ: ପ୍ରତ୍ୟେକ୍ଷ ବା ପରୋକ୍ଷ)

ସୋର ଓ ସୀଦୋନରେ କରାଯାଇଥାଆନ୍ତା

ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ: “ଯଦି କେହି ସୋର ଓ ସୀଦୋନରେ ତାହା କରିଥାଆନ୍ତା।”

ସେମାନେ ଅନେକ କାଳ ପୂର୍ବରୁ ମନ ପରିବର୍ତ୍ତନ କରିଥାଆନ୍ତେ

“ଯେଉଁ ଦୁଷ୍ଟ ଲୋକମାନେ ସେଠାରେ ବାସ କରୁଥିଲେ ସେମାନେ ଆପଣାମାନଙ୍କ ପାପ ନିମନ୍ତେ ଦୁଃଖିତ ହୋଇଥାଆନ୍ତେ” (ୟୁଡିବୀ)

ଅଖା ପିନ୍ଧି ପାଉଁଶରେ ବସି

“ଅଖା ପିନ୍ଧିଥାଆନ୍ତେ ଓ ପାଉଁଶରେ ବସିଥାଆନ୍ତେ।” ଯେତେବେଳେ ଲୋକମାନେ ଅତି ଦୁଃଖିତ ହୁଅନ୍ତି, ସେମାନେ କୁଣ୍ଡେଇ ହେଉଥିବା ଖୋଦଡା ଲୁଗାରେ ତିଆରି ବସ୍ତ୍ର ପିନ୍ଧନ୍ତି, ଆଉ ପାଉଁଶ ମସ୍ତକ ଉପରେ ଢାଳନ୍ତି, ଆଉ ମଧ୍ୟ ତାହା ଉପରେ ବସନ୍ତି। ଯେତେବେଳେ ସେମାନେ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରି ଅତି ଦୁଃଖିତ ହୁଅନ୍ତି ସେତେବେଳେ ମଧ୍ୟ ସେମାନେ ଏହି ପ୍ରକାର କରନ୍ତି।

ସୋର ଓ ସୀଦୋନର ଦଶା ସହନୀୟ ହେବ … ତୁମ୍ଭମାନଙ୍କ ଦଶା ଅପେକ୍ଷା

“ସୋର ଓ ସୀଦୋନର ଲୋକମାନଙ୍କ ଅପେକ୍ଷା ଈଶ୍ୱର ତୁମ୍ଭମାନଙ୍କୁ ଅଧିକ କଠୋର ଭାବରେ ଦଣ୍ଡ ଦେବେ।” ଏହାର କାରଣ ସ୍ପଷ୍ଟ କରାଯାଇପାରେ ଯେପରି ୟୁଡିବୀରେ ଅଛି: “ଯଦିଓ ମୋତେ ଆଶ୍ଚର୍ଯ୍ୟକର୍ମ କରିବା ତୁମ୍ଭେମାନେ ଦେଖିଲ ତଥାପି ତୁମ୍ଭେମାନେ ମନପରିବର୍ତ୍ତନ କଲ ନାହିଁ ଓ ମୋ' ଠାରେ ବିଶ୍ୱାସ କଲ ନାହିଁ!” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ବିଚାରରେ

“ସେହି ଶେଷ ଦିନରେ ଯେତେବେଳେ ଈଶ୍ୱର ପ୍ରତ୍ୟେକ ଜଣର ବିଚାର କରିବେ” (ୟୁଡିବୀ)

ଆଉ ହେ, କଫର୍ନାହୂମ

ଯୀଶୁ ବର୍ତ୍ତମାନ କଫର୍ନାହୂମ ନଗରର ଲୋକମାନଙ୍କୁ କହୁଅଛନ୍ତି ଯେପରି ସେମାନେ ତାହାଙ୍କୁ ଶୁଣୁଅଛନ୍ତି, କିନ୍ତୁ ସେମାନେ ଶୁଣୁ ନ ଥିଲେ।

ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ ଯେଉଁଠାରେ ଯୀଶୁ କୋରାଜୀନ୍ ଲୋକମାନଙ୍କୁ ସେମାନଙ୍କ ଆତ୍ମାଭିମାନ ନିମନ୍ତେ ଧମକ ଦିଅନ୍ତି। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) ଏହା ଏହିପରି ପ୍ରତ୍ୟେକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ “ତୁମ୍ଭେ କି ସ୍ୱର୍ଗକୁ ଯିବ” କିମ୍ବା “ତୁମ୍ଭେ କି ଚିନ୍ତା କର ଯେ ଈଶ୍ୱର ତୁମ୍ଭକୁ ଆଦର ଦେବେ?” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଉନ୍ନତ ହେବୁ

ଉନ୍ନତ ହେବୁ ଏକ ରୂଢ଼୍ୟୋକ୍ତି ଅର୍ଥ ଅଟେ “ଆଦର ପାଇବୁ” (ଦେଖନ୍ତୁ: ରୂଢ଼୍ୟୋକ୍ତି)