Door43-Catalog_or_tn/LUK/10/10.md

3.7 KiB

(ଯୀଶୁ ଯେଉଁ ୭୦ ଜଣଙ୍କୁ ବାହାରକୁ ପଠାଉଥିଲେ ସେମାନଙ୍କୁ ନିର୍ଦ୍ଦେଶ ଦେଇ ଆସୁଅଛନ୍ତି।)

ଓ ସେମାନେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ

“ଯଦି ସେମାନେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରନ୍ତି”

ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଦ୍ଧା ତୁମ୍ଭମାନଙ୍କ ନିମନ୍ତେ ଝାଡ଼ିଦେଉଅଛୁ!

ଏହା ଏହିପରି ଅନୁବାଦ କରାଯାଇପାରେ “ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ଅଗ୍ରାହ୍ୟ କଲ ଆମ୍ଭେମାନେ ମଧ୍ୟ ସେହିପରି ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରୁଅଛୁ। ଆମ୍ଭେମାନଙ୍କ ପାଦରେ ଯେଉଁ ଧୂଳି ଲାଗିଅଛି ତାହା ସୁଦ୍ଧା ଆମ୍ଭେମାନେ ଅଗ୍ରାହ୍ୟ କରୁଅଛୁ” ଯେହେତୁ ଯୀଶୁ ଏହି ଲୋକମାନଙ୍କୁ ଦୁଇ ଜଣଙ୍କ ଦଳରେ ପ୍ରେରଣ କରୁଥିଲେ, ଏହା ଦୁଇ ଜଣ କହନ୍ତି। ତେଣୁ ଭାଷାଗୁଡ଼ିକ ଦୁଇ ପ୍ରକାର ‘ଆମ୍ଭେମାନେ’ ଏହା ବ୍ୟବହାର କରେ। (ଦେଖନ୍ତୁ: ଇଂରାଜୀ ବହୁବଚନ ସର୍ବନାମ)

ତଥାପି ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ

ଏହି ବାକ୍ୟାଂଶ ଏକ ସତର୍କର ପରିଚୟ କରାଏ। ଏହାର ଅର୍ଥ “ତୁମ୍ଭେମାନେ ଆମ୍ଭମାନଙ୍କୁ ଅଗ୍ରାହ୍ୟ କଲେ ସୁଦ୍ଧା, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ ଏହି ସତ୍ୟ ପରିବର୍ତ୍ତନ ହେବ ନାହିଁ!”

ତଥାପି ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ

“ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ଚତୁଃପାର୍ଶ୍ୱରେ ଅଛି।”

ମୁଁ ତୁମ୍ଭମାନଙ୍କୁ କହୁଅଛି

ଯେଉଁ ୭୦ ଜଣ ଲୋକମାନଙ୍କୁ ସେ ପ୍ରେରଣ କଲେ ସେମାନଙ୍କୁ ଯୀଶୁ କହୁଥିଲେ। ସେ ଏକ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟରେ କହିବାକୁ ଯାଉଥିଲେ ତାହା ଦର୍ଶାଇବା ନିମନ୍ତେ ଯୀଶୁ ଏହା କହିଲେ।

ବିଚାର ଦିନରେ

ଏହି ବାକ୍ୟାଂଶ ସରଳ ଭାବରେ କହେ “ସେହି ଦିନରେ।” କିନ୍ତୁ ଶିଷ୍ୟମାନେ ଏହା ବୁଝିଲେ ଯେ ଏହା ପାପୀମାନଙ୍କ ଶେଷ ବିଚାରର ସମୟକୁ ଦର୍ଶାଏ। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ସେହି ନଗରର ଦଶା ଅପେକ୍ଷା ସଦୋମର ଦଶା ସହନୀୟ ହେବ

“ଯେପରି ସେହି ନଗର ଅଧିକ କଠୋରତାରେ ବିଚାରିତ ହେବ ସେହିପରି ସଦୋମ ବିଚାରିତ ହେବ ନାହିଁ।” ଏହାର ଅର୍ଥ “ସଦୋମ ଅପେକ୍ଷା ସେହି ନଗର ଅଧିକ କଠୋର ଭାବରେ ବିଚାରିତ ହେବ।”