Door43-Catalog_or_tn/LUK/10/05.md

2.9 KiB

(ଯୀଶୁ ଯେଉଁ ୭୦ ଜଣଙ୍କୁ ବାହାରକୁ ପଠାଉଥିଲେ ସେମାନଙ୍କୁ ନିର୍ଦ୍ଦେଶ ଦେଇ ଆସୁଅଛନ୍ତି।)

ଏହି ଗୃହ ପ୍ରତି ଶାନ୍ତି ହେଉ

“ଏହି ପରିବାରର ଲୋକମାନଙ୍କ ପ୍ରତି ଶାନ୍ତି ହେଉ।” ଏହା ଉଭୟ ଅଭିବାଦନ ଓ ଆଶୀର୍ବାଦ ଥିଲା।

ଜଣେ ଶାନ୍ତିର ପାତ୍ର

“ଜଣେ ଶାନ୍ତିପୂର୍ଣ୍ଣ ବ୍ୟକ୍ତି।” ଏ ସେହି ବ୍ୟକ୍ତି ଯିଏ ଈଶ୍ୱରଙ୍କ ସହ ଓ ମନୁଷ୍ୟମାନଙ୍କ ସହ ଶାନ୍ତି ଚାହେଁ।

ତୁମ୍ଭମାନଙ୍କର ଶାନ୍ତି ତାହାରି ଉପରେ ଅଧିଷ୍ଠାନ କରିବ

ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ ତାହାକୁ ଦେଇଥିବା ଆଶୀର୍ବାଦ ସହିତ ସେ ଶାନ୍ତି ପାଇବ।”

ଯଦି ନ ଥାଏ

ଯଦି ସେଠାରେ ଶାନ୍ତିର ପାତ୍ର ନ ଥାଏ” କିମ୍ବା “ଯଦି ଗୃହର ମାଲିକ ଶାନ୍ତିପୂର୍ଣ୍ଣ ବ୍ୟକ୍ତି ନୁହେଁ”

ତାହା ତୁମ୍ଭମାନଙ୍କ ନିକଟକୁ ବାହୁଡିଆସିବ

“ତୁମ୍ଭେ ସେହି ଶାନ୍ତି ପାଇବ”

ସେହି ଗୃହରେ ରୁହe

ଏହା ଏହିପରି ଅନୁବାଦ କରାଯାଇପାରେ “ସେହି ଗୃହରେ ବିଶ୍ରାମ କରିବା ବନ୍ଦ କର ନାହିଁ।” ଯୀଶୁ ସେମାନଙ୍କୁ ସମସ୍ତ ଦିନ ସେହି ଗୃହରେ ରହନ୍ତୁ ବୋଲି କହୁ ନ ଥିଲେ, କିନ୍ତୁ ସେମାନେ ସେଠାରେ ଥିବା ସମୟରେ ପ୍ରତ୍ୟେକ ରାତ୍ରୀ ସେହି ଗୃହରେ ବିଶ୍ରାମ କରନ୍ତୁ।

କାରଣ କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ

ଏହା ଏକ ସାଧାରଣ ନିୟମ ଯାହା ଯୀଶୁ, ପ୍ରେରଣ କରୁଥିବା ଲୋକମାନଙ୍କ ନିମନ୍ତେ ଲାଗୁ କରୁଛନ୍ତି। ଯେହେତୁ ସେମାନେ ଲୋକମାନଙ୍କୁ ଶିକ୍ଷା ଦେବେ ଓ ସୁସ୍ଥ କରିବେ, ଲୋକମାନେ ସେମାନଙ୍କ ନିମନ୍ତେ ରହିବା ସ୍ଥାନ ଓ ଖାଦ୍ୟ ଯୋଗାଇବା ଉଚିତ୍।

ଘରକୁ ଘର ଯାଅ ନାହିଁ

ଏହାର ଅର୍ଥ “ପ୍ରତ୍ୟେକ ରାତ୍ରୀ ବିଭିନ୍ନ ଗୃହରେ ବିଶ୍ରାମ କରିବା ନିମନ୍ତେ ଯାଅ ନାହିଁ।”