Door43-Catalog_or_tn/LUK/10/03.md

3.6 KiB

(ଯୀଶୁ ଯେଉଁ ୭୦ ଜଣଙ୍କୁ ବାହାରେ ପଠାଉଥିଲେ ସେମାନଙ୍କୁ ନିର୍ଦ୍ଦେଶ ଦେଇ ଆସୁଅଛନ୍ତି।)

ତୁମ୍ଭେମାନେ ଯାଅ

ଏହା ଏହିପରି ଅନୁବାଦ କରାଯାଇପାରେ “ନଗରମାନଙ୍କୁ ଯାଅ” କିମ୍ବା “ଲୋକମାନଙ୍କ ନିକଟକୁ ଯାଅ” କିମ୍ବା “ଲୋକମାନଙ୍କ ମଧ୍ୟରେ ଆଣିବାକୁ ଯାଅ।”

ଶୃଗାଳମାନଙ୍କ ମଧ୍ୟରେ ମେଣ୍ଢାଛୁଆମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି

ଏହା ଏକ ଉପମା ଅଟେ ଯେଉଁ ଲୋକମାନଙ୍କୁ ଯୀଶୁ ବାହାରକୁ ପଠାଉଥିଲେ ସେମାନେ ଯେଉଁ ଲୋକମାନଙ୍କ ନିକଟକୁ ଯାଉଥିଲେ ସେମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇପାରନ୍ତି।ଏହା ଏହିପରି ଅନୁବାଦ କରାଯାଇପାରେ “ଯେବେ ମୁଁ ତୁମ୍ଭମାନଙ୍କୁ ପ୍ରେରଣ କରିଛି, ଲୋକମାନେ ତୁମ୍ଭମାନଙ୍କର କ୍ଷତି କରିବାକୁ ଇଚ୍ଛା କରିବେ ଯେପରି ଶୃଗାଳମାନେ ମେଣ୍ଢାଛୁଆମାନଙ୍କୁ ଆକ୍ରମଣ କରନ୍ତି।” ଅନ୍ୟ ପଶୁମାନଙ୍କର ନାମଗୁଡ଼ିକ ବଦଳାଯାଇପାରେ। (ଦେଖନ୍ତୁ: ଉପମା)

ମେଣ୍ଢାଛୁଆମାନେ

ମେଣ୍ଢାଛୁଆମାନେ ଶିଶୁ ମେଣ୍ଢା ଅଟନ୍ତି। ସେମାନେ ସେମାନଙ୍କୁ ଆକ୍ରମଣ କରୁଥିବା ପଶୁମାନଙ୍କ ଠାରୁ ଆପଣାକୁ ପ୍ରତିରକ୍ଷା କରି ପାରନ୍ତି ନାହିଁ।

ଶୃଗାଳମାନେ

ଶୃଗାଳମାନେ ବୃହତ୍ ବଣୁଆ କୁକୁରମାନଙ୍କ ସଦୃଶ ଅଟନ୍ତି. ସେମାନେ ଅନ୍ୟ ପଶୁମାନଙ୍କୁ ଆକ୍ରମଣ କରି ଭୋଜନ କରନ୍ତି, ଯେପରି ମେଣ୍ଢାଛୁଆମାନେ। “ଶୃଗାଳମାନେ” ଏହା ଏହିପରି ପ୍ରଜାତି ଅନୁସାରେ ଅନୁବାଦ କରାଯାଇପାରେ ଯେପରି “ବଣୁଆ କୁକୁରମାନେ” କିମ୍ବା “ହିଂସ୍ରକ କୁକୁରମାନେ” କିମ୍ବା ନିର୍ଦ୍ଦିଷ୍ଟ ପଶୁର ନାମ ସହିତ ଯେପରି ଏକ କୁକୁର ଯାହା ଆପଣମାନଙ୍କ ଲୋକମାନେ ଜାଣନ୍ତି, ଯେପରି “ହେଟାମାନେ” କିମ୍ବା “କୋକିଶିଆଳିମାନେ” (ଦେଖନ୍ତୁ: ଅଜଣାକୁ କିପରି ଅନୁବାଦ କର)

ଥଳି ନିଅ ନାହିଁ

“ତୁମ୍ଭମାନଙ୍କ ସହିତ ଟଙ୍କା ଥଳି ନିଅ ନାହିଁ”

ବାଟରେ କାହାକୁ ନମସ୍କାର କର ନାହିଁ

ଯୀଶୁ ଗୁରୁତ୍ୱ ଭାବରେ ବର୍ଣ୍ଣନା କରୁଥିଲେ ଯେ ସେମାନେ ଶୀଘ୍ର ନଗରମାନଙ୍କୁ ଯାଆନ୍ତୁ ଓ ଏହି କାର୍ଯ୍ୟ କରନ୍ତୁ।ସେ ସେମାନଙ୍କୁ ଅଭଦ୍ର ହେବା ନିମନ୍ତେ କହୁ ନ ଥିଲେ।