Door43-Catalog_or_tn/LUK/09/57.md

2.3 KiB

ଜଣେ ଲୋକ

ଏ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହନ୍ତି।

କୋକିଶିୟାଳିର ଗାତ ଅଛି…ଆପଣା ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ

ଯୀଶୁ ଏହା ସ୍ପଷ୍ଟ କଲେ ଯେ ଯଦି ଜଣେ ଲୋକ ତାହାଙ୍କର ଅନୁଗମନ କରେ, ସେହି ଲୋକର ମଧ୍ୟ ଗୃହ ଥାଇ ନ ପାରେ।ଏହି ଅବ୍ୟକ୍ତ ସୂଚ଼ନାକୁ ସ୍ପଷ୍ଟ କରାଯାଇପାରେ: “ତେଣୁ ଆଶା କର ନାହିଁ ଯେ ତୁମ୍ଭର ଏକ ଗୃହ ରହିବ।” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

କୋକିଶିୟାଳି

ଏଗୁଡିକ ସ୍ଥଳଚର ପଶୁ ଏମାନେ ଛୋଟ କୁକୁର ସଦୃଶ୍ୟ ଅଟନ୍ତି। ସେମାନେ ଗୁମ୍ଫାରେ କିମ୍ବା ଭୂମିର ଗାତରେ ଶୁଅନ୍ତି।

ଆକାଶ ପକ୍ଷୀମାନଙ୍କ

“ପବନରେ ଉଡୁଥିବା ପକ୍ଷୀମାନଙ୍କ”

ମନୁଷ୍ୟପୁତ୍ର

ଯୀଶୁ ଆପଣାକୁ ତୃତୀୟ ପୁରୁଷ ଭାବରେ କହୁଛନ୍ତି। ଏହା ଏହିପରି ଅନୁବାଦ କାରାଯାଇପାରେ “ମୁଁ, ମନୁଷ୍ୟପୁତ୍ର।” (ଦେଖନ୍ତୁ: ପ୍ରଥମ, ଦ୍ଵିତୀୟ, ବା ତୃତୀୟ ପୁରୁଷ)

ଆପଣା ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ

“ମୋହର ମୁଣ୍ଡ ବିଶ୍ରାମ କରିବାକୁ ସ୍ଥାନ ନାହିଁ” କିମ୍ବା “ଶୋଇବା ନିମନ୍ତେ ସ୍ଥାନ ନାହିଁ।” ଏହା ଏକ ଅତ୍ୟୁକ୍ତି ଅଟେ। ଯୀଶୁ ସେହି ବିଷୟକୁ ବୁଝାଇବା ନିମନ୍ତେ ବାହୁଲ୍ୟ ଭାବରେ ବର୍ଣ୍ଣନା କରନ୍ତି ଯେ ବାସ କରିବା ନିମନ୍ତେ ସେ କେଉଁଠାରେ ମଧ୍ୟ ସ୍ଵାଗତ କରାଗଲେ ନାହିଁ। (ଦେଖନ୍ତୁ: ଅତ୍ୟୁକ୍ତି)