Door43-Catalog_or_tn/LUK/09/51.md

2.2 KiB

ଏହା ଘଟିଲା

ଏହି ବାକ୍ୟାଂଶ କାହାଣୀର ଏକ ନୂତନ ଅଂଶକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ବ୍ୟବହାର ହୋଇଛି। ଯଦି ଆପଣଙ୍କ ଭାଷାରେ ଏହିପରି କରିବା ନିମନ୍ତେ କୌଣସି ଶୈଳୀ ଥାଏ, ଆପଣମାନେ ଏଠାରେ ତାହା ବ୍ୟବହାର କରିବା ନିମନ୍ତେ ଚିନ୍ତା କରି ପାରନ୍ତି।

ଯେତେବେଳେ ତାହାଙ୍କର ଉର୍ଦ୍ଧ୍ୱରେ ଗୃହିତ ହେବା ସମୟ ସମ୍ପୂର୍ଣ୍ଣ ହୋଇଆସୁଥିଲା

“ଯେତେବେଳେ ତାହାଙ୍କର ଉର୍ଦ୍ଧ୍ୱକୁ ଯିବା ସମୟ ଆସୁଥିଲା” କିମ୍ବା “ଯେତେବେଳେ ତାହାଙ୍କର ଉର୍ଦ୍ଧ୍ୱକୁ ଯିବା ସମୟ ପ୍ରାୟ ହୋଇଆସୁଥିଲା”

ମନକୁ ଦୃଢ଼ କରି

“ମନରେ ସ୍ଥିର କରି” କିମ୍ବା “ମନରେ ବିଚାର କରି”

ମନସ୍ଥ କରି

ଏହା ଏକ ରୂଢ଼୍ୟୋକ୍ତି ଅଟେ ଯାହାର ଅର୍ଥ ହେଲା “ଆପଣା ମନରେ ନିଶ୍ଚୟ କରି” କିମ୍ବା “ନିର୍ଣ୍ଣୟ କରି” କିମ୍ବା “ଦୃଢ଼ ଭାବରେ ସ୍ଥିର କରିବା” (ୟୁଡିବୀ)। (ଦେଖନ୍ତୁ: ରୂଢ଼୍ୟୋକ୍ତି)

ତାହାଙ୍କ ନିମନ୍ତେ ଆୟୋଜନ କରିବାକୁ

ଏହାର ଅର୍ଥ ହେଲା ସେହି ଅଞ୍ଚଳରେ ତାହାଙ୍କ ପହଞ୍ଚିବା ନିମନ୍ତେ ବ୍ୟବସ୍ଥା କରିବା, ସମ୍ଭବତଃ କହିବା ସ୍ଥାନ, ରହିବା ସ୍ଥାନ, ଓ ଖାଦ୍ୟ ସମେତ।

ତାହାଙ୍କୁ ଗ୍ରହଣ କଲେ ନାହିଁ

“ତାହାଙ୍କୁ ସ୍ଵାଗତ କଲେ ନାହିଁ” କିମ୍ବା “ସେ ରହନ୍ତୁ ବୋଲି ଇଚ୍ଛା କଲେ ନାହିଁ”