Door43-Catalog_or_tn/LUK/09/43.md

2.2 KiB

ସେଥିରେ ସମସ୍ତେ ଈଶ୍ଵରଙ୍କର ମହାଶକ୍ତି ସକାଶେ ଆଶ୍ଚର୍ଯ୍ୟାନ୍ଵିତ ହେଲେ

ଯୀଶୁ ଆଶ୍ଚର୍ଯ୍ୟକର୍ମ କଲେ, କିନ୍ତୁ ସୁସ୍ଥ କରିବା ପଛରେ ଈଶ୍ଵରଙ୍କର ଶକ୍ତି ଥିଲା ବୋଲି ଲୋକସମୂହ ସ୍ଵୀକାର କଲେ।

ତାହାଙ୍କ କୃତ ସମସ୍ତ କାର୍ଯ୍ୟ

“ଯୀଶୁଙ୍କ କୃତ ସମସ୍ତ କାର୍ଯ୍ୟ”

ଆସ ଏହି ସମସ୍ତ କଥା ତୁମ୍ଭମାନଙ୍କ କର୍ଣ୍ଣରେ ପ୍ରବେଶ କରାଅ

ଏହା ଏକ ରୁଢ଼୍ୟୋକ୍ତି ଅଟେ ଯାହାର ଅର୍ଥ “ଧ୍ୟାନପୂର୍ବକ ଶୁଣ ଓ ସ୍ମରଣରେ ରଖ” କିମ୍ବା “ଏହା ଭୁଲିଯିବ ନାହିଁ।” (ଦେଖନ୍ତୁ: ରୁଢ଼୍ୟୋକ୍ତି)

ମନୁଷ୍ୟପୁତ୍ର

ଯୀଶୁ ଆପଣାକୁ ତୃତୀୟ ପୁରୁଷ ଭାବରେ କହୁଛନ୍ତି। ଏହା ଏହିପରି ଅନୁବାଦ କାରାଯାଇପାରେ “ମୁଁ, ମନୁଷ୍ୟପୁତ୍ର।” (ଦେଖନ୍ତୁ: ପ୍ରଥମ, ଦ୍ଵିତୀୟ, ବା ତୃତୀୟ ପୁରୁଷ)

ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଥିଲେ

“ସମର୍ପିତ ହେବାକୁ ଯାଉଥିଲେ” (ୟୁଡିବୀ)। ଏହି ସମ୍ପୂର୍ଣ୍ଣ ବାକ୍ୟ ଏହିପରି ଅନୁବାଦ କରାଯାଇପାରେ “ମନୁଷ୍ୟମାନେ ଅଧିକାରୀମାନଙ୍କ ହସ୍ତରେ ମନୁଷ୍ୟପୁତ୍ରଙ୍କୁ ସମର୍ପିତ କରିବାକୁ ଯାଉଥିଲେ।”

ସେମାନେ ସେହି କଥା ବୁଝିଲେ ନାହିଁ

ଏହା ଏହିପରି ଅନୁବାଦ କରାଯାଇପାରେ “ସେ ଆପଣା ମୃତ୍ୟୁ ବିଷୟରେ କହୁଥିଲେ ବୋଲି ସେମାନେ ଜାଣିଲେ ନାହିଁ।”