Door43-Catalog_or_tn/LUK/09/32.md

2.5 KiB

ସେମାନେ ତାହାଙ୍କ ଗୌରବ ଦେଖିଲେ

ଏହା ସେମାନଙ୍କ ଚାରିଆଡେ ଥିବା ଉଜ୍ଜ୍ଵଳମୟ ଆଲୋକକୁ ଦର୍ଶାଏ। ଏହା ଏହିପରି ଅନୁବାଦ କରାଯାଇପାରେ “ସେମାନେ ଯୀଶୁଙ୍କ ଠାରୁ ଆସୁଥିବା ଉଜ୍ଜ୍ଵଳମୟ ଆଲୋକ ଦେଖିଲେ” କିମ୍ବା “ସେମାନେ ଯୀଶୁଙ୍କ ଠାରୁ ଆସୁଥିବା ଅତ୍ୟନ୍ତ ଉଜ୍ଜ୍ଵଳ ଆଲୋକ ଦେଖିଲେ।”

ଯେଉଁ ଦୁଇ ବ୍ୟକ୍ତି ତାହାଙ୍କ ସହିତ ଠିଆ ହୋଇଥିଲେ

ଏହା ମୋଶା ଓ ଏଲିୟଙ୍କୁ ଦର୍ଶାଏ।

ତାହା ଏହିପରି ହେଲା

ଏହି ବାକ୍ୟାଂଶ, କେଉଁଠାରେ ପ୍ରତିକ୍ରିୟା ଆରମ୍ଭ ହେଲା ତାହା ଚିହ୍ନିତ କରିବା ନିମନ୍ତେ ଏଠାରେ ବ୍ୟବହାର କରାଯାଇଛି।ଯଦି ଆପଣଙ୍କ ଭାଷାରେ ଏହିପରି କରିବା ନିମନ୍ତେ କୌଣସି ଶୈଳୀ ଥାଏ, ଆପଣମାନେ ଏଠାରେ ତାହା ବ୍ୟବହାର କରିବା ନିମନ୍ତେ ଚିନ୍ତା କରି ପାରନ୍ତି।

ହେ ଗୁରୁ

ଏହି ଶବ୍ଦ ଯାହା ଏଠାରେ ଏହିପରି ଅନୁବାଦ କରାଯାଇଛି “ହେ ଗୁରୁ” ଏକ ସାଧାରଣ ଶବ୍ଦ “ହେ ଗୁରୁ” ନିମନ୍ତେ ନୁହେଁ। ଯାହା ନିକଟରେ ଅଧିକାର ଅଛି ସେହି ଜଣଙ୍କ ନିମନ୍ତେ ଦର୍ଶାଏ, ଆଉ ତାହା ନିମନ୍ତେ ନୁହେଁ ଯିଏ ଅନ୍ୟ ଜଣକ ଉପରେ ଅଧିକାର କରେ। ଏହା ତୁମ୍ଭେ ଏହିପରି ମଧ୍ୟ ଅନୁବାଦ କରିପାର “ମାଲିକ” କିମ୍ବା “ଶ୍ରମନାୟକ” କିମ୍ବା ଏକ ଶବ୍ଦ ସହିତ ଯାହା ସାଧାରଣତଃ ଏକ ଅଧିକାରପ୍ରାପ୍ତ ବ୍ୟକ୍ତିକୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହାର କରାଯାଏ, ଯେପରି “ଆଜ୍ଞା”।

କୁଟୀର

“ତମ୍ବୁ” କିମ୍ବା “କୁଡିଆ”