Door43-Catalog_or_tn/LUK/08/45.md

2.3 KiB

(ଯୀଶୁ ଏପର୍ଯ୍ୟନ୍ତ ଯାଈରସର କନ୍ୟାକୁ ସୁସ୍ଥ କରିବା ନିମନ୍ତେ ଯାଉଥିବା ରାସ୍ତାରେ ଅଛନ୍ତି।)

ହେ ଗୁରୁ

ଏହି ଶବ୍ଦ ଯାହା ଏଠାରେ ଅନୁବାଦ ହୋଇଛି “ହେ ଗୁରୁ” ଏକ ସାଧାରଣ ଶବ୍ଦ “ହେ ଗୁରୁ” ନିମନ୍ତେ ନୁହେଁ। ଯାହା ନିକଟରେ ଅଧିକାର ଅଛି ସେହି ଜଣଙ୍କ ନିମନ୍ତେ ଦର୍ଶାଏ, କିନ୍ତୁ ତାହା ନିମନ୍ତେ ନୁହେଁ ଯିଏ ଅନ୍ୟ ଜଣକ ଉପରେ ଅଧିକାର କରେ। ଏହା ତୁମ୍ଭେ ଏହିପରି ଅନୁବାଦ କରିପାର “ମାଲିକ” କିମ୍ବା “ଶ୍ରମନାୟକ” କିମ୍ବା ଏକ ଶବ୍ଦ ସହିତ ଯାହା ସାଧାରଣତଃ ଏକ ଅଧିକାରପ୍ରାପ୍ତ ବ୍ୟକ୍ତିକୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହାର କରାଯାଏ, ଯେପରି “ଆଜ୍ଞା”।

ଲୋକସମୂହ ଯନ୍ତାଯନ୍ତି ହୋଇ ଆପଣଙ୍କ ଉପରେ ମାଡିପଡୁଅଛନ୍ତି

ଏହା କହିବା ଦ୍ୱାରା, ପିତର ସ୍ପଷ୍ଟ କରୁଛନ୍ତି ଯେ କେହିମଧ୍ୟ ଯୀଶୁଙ୍କୁ ସ୍ପର୍ଶ କରିପାରେ। ଯଦି ଆବଶ୍ୟକ ହୁଏ ଏହି ଅବ୍ୟକ୍ତ ସୂଚନାକୁ ସ୍ପଷ୍ଟ କରାଯାଇପାରେ ଯେପରି ୟୁଡିବୀରେ ଅଛି। (ଦେଖନ୍ତୁ ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ମୋ' ଠାରୁ ଶକ୍ତି ବାହାରିଲା ବୋଲି ମୁଁ ଜାଣିଲି

“ମୋ' ଠାରୁ ସୁସ୍ଥ କରିବା ଶକ୍ତି ବାହାରିଲା ବୋଲି ମୁଁ ଅନୁଭବ କଲି।” ଯୀଶୁଙ୍କ ଶକ୍ତି ହ୍ରାସ ହେଲା ନାହିଁ କି ସେ ଦୁର୍ବଳ ହେଲେ ନାହିଁ, କିନ୍ତୁ ତାହାଙ୍କ ଶକ୍ତି ସେହି ସ୍ତ୍ରୀକୁ ସୁସ୍ଥ କଲା।