Door43-Catalog_or_tn/LUK/08/40.md

2.6 KiB
Raw Permalink Blame History

ଲୋକସମୂହ ତାହାଙ୍କୁ ଆନନ୍ଦରେ ଗ୍ରହଣ କଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଲୋକସମୂହ ତାହାଙ୍କୁ ଆନନ୍ଦରେ ଅଭିବାଦନ କଲେ।”

ଆଉ ଦେଖ, ଯାଈରସ ନାମକ ଜଣେ ବ୍ୟକ୍ତି ଆସିଲେ

ଏହି ଶବ୍ଦ “ଦେଖ” କାହାଣୀରେ ଯାଈରସକୁ ଜଣେ ନୂଆ ବ୍ୟକ୍ତି ରୂପେ ଆମ୍ଭମାନଙ୍କୁ ସତର୍କ କରାଏ। ଆପଣଙ୍କ ଭାଷାରେ ଏହିପରି କରିବା ନିମନ୍ତେ ଥାଇପାରେ । ଇଂରାଜୀ ବ୍ୟବହାର କରେ “ ସେଠାରେ ଯାଈରସ ନାମକ ଜଣେ ବ୍ୟକ୍ତି ଥିଲେ।”

ସମାଜଗୃହର ଅଧ୍ୟକ୍ଷମାନଙ୍କ ମଧ୍ୟରୁ ଜଣେ ଥିଲେ

“ସ୍ଥାନୀୟ ସମାଜଗୃହର ଅଧ୍ୟକ୍ଷମାନଙ୍କ ମଧ୍ୟରୁ ଜଣେ ଥିଲେ” କିମ୍ବା “ଯେଉଁଲୋକମାନେ ସେହି ଅଞ୍ଚଳର ସମାଜଗୃହରେ ମିଳିତ ହେଉଥିଲେ ସେମାନଙ୍କ ଅଧ୍ୟକ୍ଷ ଥିଲେ।”

ସେ ଯୀଶୁଙ୍କ ଚରଣ ତଳେ ପଡ଼ି

୧) “ଯୀଶୁଙ୍କ ଚରଣରେ ନତ ମସ୍ତକ କରି” କିମ୍ବା ) “ଯୀଶୁଙ୍କ ଚରଣ ତଳେ ଭୂମିରେ ଶୋଇ।” ଯାଈରସ ଆକସ୍ମିକ ଭାବରେ ପଡିନାହାନ୍ତି। ସେ ଯୀଶୁଙ୍କ ନିମନ୍ତେ ନମ୍ର ଓ ଆଦରର ମନୋଭାବ ରୂପେ ଏହା କଲେ।

ମୃତପ୍ରାୟ ହୋଇଥିଲା

“ସେ ମରିବା ଉପରେ ଥିଲା” କିମ୍ବା “ସେ ମୃତ୍ୟୁମୁଖରେ ଥିଲା”

କିନ୍ତୁ ସେ ଯାଉଥିବା ସମୟରେ

କେତେକ ଅନୁବାଦକ ପ୍ରଥମେ ଏହା କହିବାକୁ ମନେ କରିପାରନ୍ତି “ତେଣୁ ଯୀଶୁ ସେହି ଲୋକ ସହିତ ଯିବା ନିମନ୍ତେ ସହମତ ହେଲେ।” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ଲୋକସମୂହ ତାହାଙ୍କ ଉପରେ ମାଡିପଡୁଥିଲେ

“ଲୋକମାନେ ଯୀଶୁଙ୍କ ଚାରିଆଡେ ଦୃଢ଼ ଭାବରେ ଗହଳି କଲେ”