Door43-Catalog_or_tn/LUK/08/28.md

2.4 KiB

ଯେତେବେଳେ ସେ ଯୀଶୁଙ୍କୁ ଦେଖିଲା

“ଯେତେବେଳେ ସେହି ଦୁଷ୍ଟାତ୍ମା ଥିବା ମନୁଷ୍ୟ ଯୀଶୁଙ୍କୁ ଦେଖିଲା”

ସେ ଉଚ୍ଚ ସ୍ୱରରେ କହିଲା

“ସେ ଉଚ୍ଚ ସ୍ୱରରେ ଚିତ୍କାର କଲା” କିମ୍ବା “ସେ ତୀବ୍ର ଚିତ୍କାର କଲା”

ତାହାଙ୍କ ଚରଣ ତଳେ ପଡ଼ି

“ଯୀଶୁଙ୍କ ସମ୍ମୁଖରେ ଭୂମିରେ ଶୋଇ ପଡ଼ିଲା।” ସେ ହଠାତ୍ ପଡ଼ିଲା ନାହିଁ। ସେ ଏହା କଲା କାରଣ ସେ ଯୀଶୁଙ୍କୁ ଭୟ କରୁଥିଲା।

ଉଚ୍ଚ ସ୍ୱରରେ କହିଲା

“ସେ ଉଚ୍ଚ ସ୍ୱରରେ କହିଲା” କିମ୍ବା “ସେ ଚିତ୍କାର କଲା”

ତୁମ୍ଭ ସାଙ୍ଗରେ ମୋର କଅଣ ଅଛି

ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ ମୋତେ କାହିଁକି କଷ୍ଟ ଦେଉଅଛ।”

ସେହି ଆତ୍ମା ଅନେକ ଥର ତାହାକୁ ଧରିଥିଲା

“ଅନେକ ଥର ଏହା ସେହି ମନୁଷ୍ୟକୁ ଧରିଥିଲା।” ଏହା ଏହିପରି ଅନୁବାଦ କରାଯାଇପାରେ “ଅନେକ ଥର ଏହି ଆତ୍ମା ତାହାର ଭୀତରେ ଯାଇଥିଲା।” ଏହି ଓ ପରବର୍ତ୍ତୀ ବାକ୍ୟ ଯୀଶୁ ସେହି ମନୁଷ୍ୟ ନିକଟକୁ ଯିବା ପୂର୍ବରୁ ଅନେକ ଥର ସେହି ଆତ୍ମା ଯାହା କରିଥିଲା ସେହି ବିଷୟରେ କହେ।

ଯଦିଓ ତାହାକୁ ଜଞ୍ଜିର ଓ ବେଡିରେ ବାନ୍ଧି ରଖୁଥିଲେ, ଆଉ ଜଗିରହୁଥିଲେ

ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ: “ଯଦିଓ ଲୋକମାନେ ସେହି ମନୁଷ୍ୟକୁ ଜଞ୍ଜିର ଓ ବେଡିରେ ବାନ୍ଧି ରଖୁଥିଲେ ଏବଂ ତାହାକୁ ଜଗିଥିଲେ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)