Door43-Catalog_or_tn/LUK/08/16.md

2.7 KiB

(ଯୀଶୁ ଆପଣା ଶିଷ୍ୟମାନଙ୍କୁ କହି ଆସୁଅଛନ୍ତି।)

ପ୍ରଦୀପ

ଏହା ଜାଳେଣୀ ନିମନ୍ତେ ବଳିତା ଓ ଜୈତୁନ ତେଲ ଥିବା ଏକ ଛୋଟ ତାଟିଆ ଥିଲା।

ଦୀପରୁଖା

“ଏକ ମେଜ” କିମ୍ବା “ଏକ ଥାକ”

ଯାହା ପ୍ରକାଶିତ ନ ହେବ, ଏପରି ଗୁପ୍ତ ବିଷୟ କିଛି ନାହିଁ

ଏହା ସକାରାତ୍ମକ ଭାବରେ ଏହିପରି ଅନୁବାଦ କରାଯାଇପାରେ “ପ୍ରତ୍ୟେକ ବିଷୟ ଯାହା ଗୁପ୍ତ ଅଛି ତାହା ପ୍ରକାଶିତ ହେବ।”

ଯାହା ଜଣାଯାଇ ପ୍ରକାଶ ନ ପାଇବ, ଏପରି ଗୁପ୍ତ ବିଷୟ କିଛି ନାହିଁ

ଏହା ଏହିପରି ଅନୁବାଦ କରାଯାଇପାରେ “ଆଉ ପ୍ରତ୍ୟେକ ବିଷୟ ଯାହା ଗୁପ୍ତ ଅଟେ ତାହା ଜଣାଯିବ ଓ ପ୍ରକାଶିତ ହେବ।”

ତୁମ୍ଭେମାନେ କିପରି ଶୁଣୁଅଛ

ଏହା ଏହିପରି ଅନୁବାଦ କରାଯାଇପାରେ “ଯାହା ମୁଁ ତୁମ୍ଭମାନଙ୍କୁ କହେ ତାହା ତୁମ୍ଭେମାନେ କିପରି ଶୁଣୁଅଛ” କିମ୍ବା “ଈଶ୍ୱରଙ୍କ ବାକ୍ୟକୁ ତୁମ୍ଭେମାନେ କିପରି ଶୁଣୁଅଛ।” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ଯାହାର ଅଛି

ଏହା ଏହିପରି ଅନୁବାଦ କରାଯାଇପାରେ “ଯେକେହି ବୁଝିପାରେ” କିମ୍ବା “ଯାହା ମୁଁ ଶିକ୍ଷା ଦେଉଅଛି ତାହା ଯେକେହି ଗ୍ରହଣ କରେ।”

ତାହାକୁ ଅଧିକ ଦିଆଯିବ

“ଅଧିକ ତାହାକୁ ଦିଆଯିବ।” ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ: “ଈଶ୍ୱର ତାହାକୁ ଅଧିକ ଦେବେ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଯାହାର ନାହିଁ

ଏହା ଏହିପରି ଅନୁବାଦ କରାଯାଇପାରେ “ଯାହାର ବୁଝିବା ଶକ୍ତି ନାହିଁ” କିମ୍ବା “ଯାହା ମୁଁ ଶିକ୍ଷା ଦେଇଅଛି ତାହା ଯେକେହି ଗ୍ରହଣ କରେ ନାହିଁ।”