Door43-Catalog_or_tn/LUK/08/14.md

2.5 KiB

(ଯୀଶୁ ଦୃଷ୍ଟାନ୍ତର ଅର୍ଥ ବର୍ଣ୍ଣନା କରି ଆସୁଅଛନ୍ତି।)

ସେମାନେ ସାଂସାରିକ ଚିନ୍ତାରେ ଚାପିହୋଇଯାଆନ୍ତି…

“ସାଂସାରିକ ଚିନ୍ତା ଓ ଧନ ଓ ସୁଖଭୋଗର ବଶବର୍ତ୍ତୀ ହୋଇ ଜୀବନଯାତ୍ରା କରୁ କରୁ ଚାପିହୋଇଯାଆନ୍ତି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) କିମ୍ବା “ଯେପରି ବଣୁଆ ଘାସ ଛୋଟ ଗଛକୁ ବଢ଼ିବା ନିମନ୍ତେ ପ୍ରତିରୋଧ କରେ, ସେହିପରି ଏହି ଜୀବନରେ ସାଂସାରିକ ଚିନ୍ତା, ଧନ, ଓ ସୁଖଭୋଗ ଏହି ଲୋକମାନଙ୍କୁ ପରିପକ୍ୱ ହେବା ଠାରୁ ଦୂରରେ ନିଜ ବଶରେ ରଖେ।” (ଦେଖନ୍ତୁ: ଉଦାହରଣ)

ସାଂସାରିକ ଚିନ୍ତା

“ଯେଉଁ ବିଷୟ ଗୁଡ଼ିକ ନିମନ୍ତେ ଲାକେ ବ୍ୟତିବ୍ୟସ୍ତ ହୁଅନ୍ତି”

ଏହି ଜୀବନର ସୁଖଭୋଗ

“ଏହି ଜୀବନର ଯେଉଁ ବିଷୟ ଗୁଡ଼ିକରେ ଲୋକେ ଆନନ୍ଦିତ ହୁଅନ୍ତି”

ପୁଣି ପରିପକ୍ୱ ଫଳ ଉତ୍ପନ୍ନ କରନ୍ତି ନାହିଁ

“ସେମାନେ ପାଚିଲା ଫଳ ଫଳନ୍ତି ନାହିଁ।” ଏହି ଉଦାହରଣ ଏକ ଉପମା ରୂପେ ଅନୁବାଦ କରାଯାଇପାରେ: “ପୁଣି ଏକ ଛୋଟ ଗଛ ଯାହା ପରିପକ୍ୱ ହୁଏ ନାହିଁ ଓ ଫଳ ଫଳେ ନାହିଁ, ତାହା ସଦୃଶ୍ୟ ସେମାନେ ପରିପକ୍ୱ ହୁଅନ୍ତି ନାହିଁ ଓ ଉତ୍ତମ କାର୍ଯ୍ୟ କରନ୍ତି ନାହିଁ।”

ଧୈର୍ଯ୍ୟ ସହକାରେ ଫଳ ଫଳନ୍ତି

“କଠିନ ପରିଶ୍ରମ କରିବା ଦ୍ୱାରା ଫଳ ଫଳନ୍ତି।” ଏହି ଉଦାହରଣ ଏକ ଉପମା ରୂପେ ଅନୁବାଦ କରାଯାଇପାରେ: “ସୁସ୍ଥ ଗଛ ଯାହା ଭଲ ଫଳ ଉତ୍ପନ୍ନ କରେ ତାହା ସଦୃଶ୍ୟ ସେମାନେ କଠିନ ପରିଶ୍ରମ କରିବା ଦ୍ୱାରା ଉତ୍ତମ କାର୍ଯ୍ୟ କରନ୍ତି।”