Door43-Catalog_or_tn/LUK/07/33.md

3.9 KiB

(ଯୀଶୁ ଲୋକମାନଙ୍କୁ କହି ଆସୁଅଛନ୍ତି। ସେ ସେମାନଙ୍କୁ ଶିଶୁମାନଙ୍କ ସହିତ କାହିଁକି ତୁଳନା କଲେ ତାହା ସେ ବର୍ଣ୍ଣନା କରନ୍ତି।)

ତୁମ୍ଭେମାନେ କହୁଅଛ, ‘ସେ ଭୂତଗ୍ରସ୍ତ’

ଯୀଶୁ ସେମାନେ ଯାହା ଯୋହନଙ୍କ ବିଷୟରେ କହିଲେ ତାହା ଉଲ୍ଲେଖ କରୁଛନ୍ତି। ଏହା ଏହିପରି ପରୋକ୍ଷ ଉକ୍ତିରେ ଅନୁବାଦ କରାଯାଇପାରେ: “ତୁମ୍ଭେମାନେ କହୁଅଛ ଯେ ସେ ଭୁତଗ୍ରସ୍ତ” କିମ୍ବା “ତାହାଙ୍କଠାରେ ଭୁତ ଅଛି ବୋଲି ତୁମ୍ଭେମାନେ ତାହାଙ୍କର ଦୋଷାରୋପ କରୁଅଛ।” (ଦେଖନ୍ତୁ: ଉକ୍ତିର ଉଦ୍ଧୃତାଂଶ)

ରୋଟୀ ଖାଇଲେ ନାହିଁ

“ଖାଦ୍ୟ ଖାଇଲେ ନାହିଁ।” ଏହା ଏହିପରି ଅନୁବାଦ କରାଯାଇପାରେ “ବାରମ୍ବାର ଉପବାସ କରନ୍ତି।” ଏହାର ଅର୍ଥ ନୁହେଁ ଯେ ସେ କଦାପି ଖାଦ୍ୟ ଖାଇଲେ ନାହିଁ।

ମନୁଷ୍ୟପୁତ୍ର

ଯେହେତୁ ଯୀଶୁ ଆଶା କଲେ ଯେ ସେଠାରେ ଥିବା ଲୋକମାନେ ବୁଝନ୍ତୁ ଯେ ସେ ମନୁଷ୍ୟପୁତ୍ର ଅଟନ୍ତି,ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ମୁଁ, ମନୁଷ୍ୟପୁତ୍ର।”

ତୁମ୍ଭେମାନେ କହୁଅଛ, ’ଦେଖ, ସେ ଜଣେ ପେଟୁକ ମନୁଷ୍ୟ ଅଟେ

ଯୀଶୁ, ମନୁଷ୍ୟପୁତ୍ର ରୂପେ ତାହାଙ୍କ ବିଷୟରେ ଲୋକମାନେ ଯାହା କହୁଥିଲେ ତାହା ଉଲ୍ଲେଖ କରୁଛନ୍ତି। ଏହା ଏହିପରି ପରୋକ୍ଷ ଉକ୍ତିରେ ଅନୁବାଦ କରାଯାଇପାରେ: “ତୁମ୍ଭେମାନେ କହୁଅଛ ଯେ ସେ ଜଣେ ପେଟୁକ ମନୁଷ୍ୟ ଅଟେ” କିମ୍ବା “ସେ ଅତ୍ୟଧିକ ଖାଆନ୍ତି ବୋଲି ତୁମ୍ଭେମାନେ ଦୋଷାରୋପ କରୁଅଛ।” ଯଦି ତୁମ୍ଭେମାନେ ଅନୁବାଦ କଲ “ମନୁଷ୍ୟପୁତ୍ର” କୁ “ମୁଁ, ମନୁଷ୍ୟପୁତ୍ର” ରୂପରେ, ଏହି ପରୋକ୍ଷ ଉକ୍ତିକୁ ଅନୁବାଦ କରାଯାଇପାରେ “ତୁମ୍ଭେମାନେ କହୁଅଛ ଯେ ମୁ ଜଣେ ପେଟୁକ ମନୁଷ୍ୟ ଅଟେ”

ସେ ଜଣେ ପେଟୁକ ମନୁଷ୍ୟ ଅଟେ

“ସେ ଜଣେ ଲୋଭୀ ଭକ୍ଷଣକାରୀ ଅଟେ” କିମ୍ବା “ସେ ଅଭ୍ୟାସଗତ ଭାବରେ ଅତ୍ୟଧିକ ଖାଦ୍ୟ ଖାଏ”

ମଦୁଆ

“ଏକ ମଦ୍ୟପ ବ୍ୟକ୍ତି” କିମ୍ବା “ଏକ ଅଭ୍ୟାସଗତ ଭାବରେ ମଦ୍ୟପ ବ୍ୟକ୍ତି”

ଜ୍ଞାନ ଆପଣା ସମସ୍ତ ସନ୍ତାନଙ୍କ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହେଲା

ହୁଏତ ଏହା ଏକ ହିତପଦେଶ ଅଟେ ଯାହା ଯୀଶୁ ଏହି ପରିସ୍ଥିତିରେ ପ୍ରୟୋଗ କରୁଛନ୍ତି, କାରଣ ଯେଉଁ ଲୋକମାନେ ଉଭୟ ତାହାଙ୍କୁ ଓ ଯୋହନଙ୍କୁ ଅଗ୍ରାହ୍ୟ କଲେ ସେମାନେ ଜ୍ଞାନୀ ନ ଥିଲେ। (ଦେଖନ୍ତୁ: ହିତପଦେଶ)