Door43-Catalog_or_tn/LUK/07/24.md

3.5 KiB
Raw Permalink Blame History

(ଯୀଶୁ ବାପ୍ତିଜକ ଯୋହନଙ୍କ ସମ୍ବନ୍ଧରେ ଲୋକମାନଙ୍କୁ କହିବାକୁ ଲାଗିଲେ।)

ତୁମ୍ଭେମାନେ କଅଣ ଦେଖିବା ନିମନ୍ତେ ପ୍ରାନ୍ତରକୁ ବାହାରିଯାଇଥିଲ

ଯୀଶୁ ତିନୋଟି ପ୍ରଭାବିତ ପ୍ରଶ୍ନରେ ଏହି ବାକ୍ୟାଂଶକୁ ବ୍ୟବହାର କରିବାର କାରଣ ବାପ୍ତିଜକ ଯୋହନ କିପ୍ରକାର ଲୋକ ଥିଲେ ତାହା ଲୋକମାନେ ଚିନ୍ତା କରିବେ। ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେମାନେ ଦେଖିବା ନିମନ୍ତେ କି ପ୍ରାନ୍ତରକୁ ବାହାରିଯାଇଥିଲ …? କଦାପି ନୁହେଁ!” କିମ୍ବା “ନିଶ୍ଚିତ ଭାବରେ ଦେଖିବା ନିମନ୍ତେ ତୁମ୍ଭେମାନେ ପ୍ରାନ୍ତରକୁ ବାହାରି ଯାଇ ନ ଥିଲ …!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ପବନରେ ଦୋହଲୁଥିବା ଏକ ନଳ

ଏହି ଉଦାହରଣ ଏକ ଉପମା ରୂପେ ଏହିପରି ଅନୁବାଦ କରାଯାଇପାରେ: “ଯେଉଁ ମନୁଷ୍ୟ ପବନରେ ଦୋହଲୁଥିବା ଏକ ନଳ ସଦୃଶ୍ୟ ଥିଲା।” ଏହାର ଦୁଇଟି ସମ୍ଭାବନା ବ୍ୟାଖ୍ୟା ଅଛି। ୧) ନଳଗୁଡ଼ିକ ସହଜରେ ପବନ ଦ୍ୱାରା ଦୋହଲେ, ତେଣୁ ଏହା ଏକ ବ୍ୟକ୍ତିକୁ ଦର୍ଶାଏ ଯିଏ ସହଜରେ ଆପଣା ମନ ବଦଳାଇବାକୁ ପ୍ରବର୍ତ୍ତାଇଥାଏ। ) ନଳଗୁଡ଼ିକ ଶବ୍ଦ କରେ ଯେତେବେଳେ ପବନ ତାହାକୁ ଦୋହଲାଏ, ତେଣୁ ଏହା ଏକ ବ୍ୟକ୍ତିକୁ ଦର୍ଶାଏ ଯିଏ ବହୁତ କଥା କହେ କିନ୍ତୁ ତାହାର ବାକ୍ୟ କୌଣସି ବିଶେଷ ଫଳ ବାହାରେ ନାହିଁ। (ଦେଖନ୍ତୁ: ଉଦାହରଣ)।

ସୂକ୍ଷ୍ମବସ୍ତ୍ର ପରିହିତ

“ମୂଲ୍ୟବାନବସ୍ତ୍ର ପରିହିତ ” ଧନୀ ଲୋକମାନେ ଏହି ପ୍ରକାର ବସ୍ତ୍ର ପିନ୍ଧନ୍ତି।

ରାଜ ବାଟିରେ

ଏକ ମହଲ ଅତି ବଡ଼ ଓ ମୂଲ୍ୟବାନ ଗୃହ ଅଟେ ସେଠାରେ ରାଜା ବାସ କରନ୍ତି।।

କିନ୍ତୁ

“ଯଦି ତୁମ୍ଭେମାନେ ତାହା ଦେଖିବା ନିମନ୍ତେ ପ୍ରାନ୍ତରକୁ ଯାଇ ନାହଁ, ତେବେ”

ମୁଁ ତୁମ୍ଭମାନଙ୍କୁ କହୁଅଛି

ଯୀଶୁ ଯାହା ସେ ପରେ କହିବେ ତାହାର ବିଶେଷତ୍ୱକୁ ଗୁରୁତ୍ୱ ଦେବା ନିମନ୍ତେ ଏହା କହିଲେ।

ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ

“ଏକ ସାଧାରଣ ଭାବବାଦୀ ନୁହଁନ୍ତି” କିମ୍ବା “ଏକ ସାଧାରଣ ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ”