Door43-Catalog_or_tn/LUK/07/06.md

2.3 KiB

କଷ୍ଟ କରନ୍ତୁ ନାହିଁ

“ମୋ ଗୃହକୁ ଆସିବା ଦ୍ୱାରା ଆପଣାକୁ କଷ୍ଟ ଦିଅନ୍ତୁ ନାହିଁ।” ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ମୁଁ ଆପଣଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ ନାହିଁ।” ଶତସେନାପତି ଯୀଶୁଙ୍କୁ ଭଦ୍ର ଭାବରେ କହିଲେ।

ମୋ ଘରେ ପ୍ରବେଶ କରିବେ

“ମୋ ଗୃହକୁ ଆସିବେ।”। “ମୋ ଘରେ ପ୍ରବେଶ କରିବେ” ଏହା ଏକ ରୂଢ଼୍ୟୋକ୍ତି ଅଟେ। ଯଦି ଆପଣଙ୍କ ଭାଷାରେ ରୂଢ଼୍ୟୋକ୍ତିର ଅର୍ଥ ଥାଏ “ମୋ ଗୃହକୁ ଆସିବେ,” ଏହା ଏଠାରେ ବ୍ୟବହାର କରିବା ଭଲ ହେବ କି ନାହିଁ ସେ ବିଷୟରେ ଚିନ୍ତା କରନ୍ତୁ। (ଦେଖନ୍ତୁ: ରୂଢ଼୍ୟୋକ୍ତି)

କିନ୍ତୁ ପଦେ ଆଜ୍ଞା କରନ୍ତୁ

ଏହା ଏହିପରି ଅନୁବାଦ କରାଯାଇପାରେ “କେବଳ ପଦେ ଆଦେଶ କରନ୍ତୁ।” ଦାସ ବୁଝିଲେ ଯେ ଯୀଶୁ ପଦେ ଆଜ୍ଞା କରିବା ଦ୍ୱାରା ଦାସକୁ ସୁସ୍ଥ କରି ପାରନ୍ତି।

ମୋହର ଦାସ ସୁସ୍ଥ ହେବ

ଏହି ଶବ୍ଦ ଯାହା ଏଠାରେ ଏହିପରି ଅନୁବାଦ କରାଯାଇଛି “ଦାସ” ସାଧାରଣତଃ ଏହିପରି ଅନୁବାଦ କଲେ “ବାଳକ।” ଏହା ଇଙ୍ଗିତ କରିପାରେ ଯେ ସେହି ଦାସ ଅତି ଯୁବା ଥିଲା, କିମ୍ବା ଶତସେନାପତିଙ୍କର ତାହାଙ୍କ ପ୍ରତି ସ୍ନେହ ପ୍ରକାଶ କରେ।

ମୋହର ଦାସକୁ

ଏହି ଶବ୍ଦ ଯାହା ଏଠାରେ ଏହିପରି ଅନୁବାଦ କରାଯାଇଛି “ଦାସ” ଏହା ଏକ ଦାସ ନିମନ୍ତେ ପ୍ରଭେଦମୂଳକ ଶବ୍ଦ ଅଟେ।