Door43-Catalog_or_tn/LUK/06/45.md

3.2 KiB

(ଲୋକମାନଙ୍କର ବିଚାର ନ କରିବା ନିମନ୍ତେ ଯୀଶୁ ଲୋକସମୂହକୁ ଶିକ୍ଷା ଦେଇ ଆସୁଅଛନ୍ତି।)

ଏହି ପଦଗୁଡ଼ିକ ଏକ ଉଦାହରଣ ଅଟେ ଯାହା ଏକ ବ୍ୟକ୍ତିର ଚିନ୍ତାଧାରାକୁ ଧନସମ୍ପତ୍ତି ସହିତ ଯାହା ଲୋକମାନେ ଏକ ସୁରକ୍ଷିତ ସ୍ଥାନରେ ସଞ୍ଚୟ କରନ୍ତି ତୁଳନା କରାଯାଏ। ଏହା ୟୁଡିବୀରେ ଥିବା ସଦୃଶ୍ୟ ବାକ୍ୟର ଅଳଙ୍କାର ବିନା ଏହିପରି ଅନୁବାଦ କରାଯାଇପାରେ। (ଦେଖନ୍ତୁ: ଉଦାହରଣ)

ଉତ୍ତମ ମନୁଷ୍ୟ

“ଏକ ଉତ୍ତମ ବ୍ୟକ୍ତି।” ଏହି ଶବ୍ଦ “ଉତ୍ତମ” ଏଠାରେ ଧାର୍ମିକତା କିମ୍ବା ମାନସିକ ଉତ୍ତମତାକୁ ଦର୍ଶାଏ। ଏହି ଶବ୍ଦ “ଲୋକ” ଏଠାରେ ଏକ ବ୍ୟକ୍ତି, ପୁରୁଷ କିମ୍ବା ସ୍ତ୍ରୀକୁ ଦର୍ଶାଏ। ଏହା ଏହିପରି ଅନୁବାଦ କରାଯାଇପାରେ “ଏକ ଉତ୍ତମ ବ୍ୟକ୍ତି” କିମ୍ବା “ଉତ୍ତମ ଲୋକ” (ୟୁଡିବୀ)।

ଆପଣା ହୃଦୟରୂପ ଉତ୍ତମ ଭଣ୍ଡାରରୁ

“ଆପଣା ହୃଦୟରେ ସେ ରଖିଥିବା ଉତ୍ତମ ବିଷୟରୁ” କିମ୍ବା “ଯାହା ସେ ମୂଲ୍ୟବାନ ଚିନ୍ତା କରେ ସେଥିରୁ”

ବାହାର କରେ

ଏହା ଏହିପରି ଉଦାହରଣ ବିନା ଅନୁବାଦ କାରାଯାଇପାରେ “ଆପଣା ଜୀବନ ବଞ୍ଚେ” କିମ୍ବା “ପ୍ରଦର୍ଶନ କରେ” କିମ୍ବା “ପ୍ରକାଶ କରେ” (ୟୁଡିବୀ)।

ଯାହା ଉତ୍ତମ ଅଟେ

“ଉତ୍ତମ ପଦାର୍ଥ”

ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ

“ଯାହା ସେ ଆପଣା ହୃଦୟରେ ଚିନ୍ତା କରିଥାଏ ତାହା ପ୍ରଭାବ ପକାଏ ସେ ଆପଣା ମୁଖରେ କଅଣ କଥା କହେ” କିମ୍ବା “ଯାହା ସେ ଆପଣା ହୃଦୟ ମୂଲ୍ୟବାନ ଚିନ୍ତା କରେ ତାହା ସ୍ଥିର କରେ ସେ ଆପଣା ମୁଖରେ କଅଣ କଥା କହେ।” ଏହା ମୁଖ ଓ ହୃଦୟର ଉଲ୍ଲେଖ ବିନା ଏହିପରି ଅନୁବାଦ ଏଠାରେ କରାଯାଇପାରେ “ଏକ ବ୍ୟକ୍ତି ଯାହା କହେ ତାହା ସେ କ୍ରମାଗତ ଭାବରେ ଚିନ୍ତା କରୁଥିବା ସେହି ବିଷୟକୁ ପ୍ରକାଶ କରେ” କିମ୍ବା “ଯେଉଁ ବିଷୟରେ ସେ ଚିନ୍ତା କରେ ତାହା ପ୍ରଭାବ ପକାଏ ସେ କଅଣ କହେ”।