Door43-Catalog_or_tn/LUK/06/39.md

3.1 KiB
Raw Permalink Blame History

(ଲୋକମାନଙ୍କର ବିଚାର ନ କରିବା ନିମନ୍ତେ ଯୀଶୁ ଲୋକସମୂହକୁ ଶିକ୍ଷା ଦେଇ ଆସୁଅଛନ୍ତି।)

ଅନ୍ଧ କଅଣ ଅନ୍ଧକୁ ବାଟ କଢ଼ାଇ ପାରେ?

ଲୋକମାନେ କିଛି ବିଷୟକୁ ଚିନ୍ତା କରିବେ ଯାହା ସେମାନେ ପୂର୍ବରୁ ଜାଣିଛନ୍ତି ଏହା ପାଇବା ନିମନ୍ତେ ଯୀଶୁ ଏହି ପ୍ରଭାବିତ ପ୍ରଶ୍ନକୁ ବ୍ୟବହାର କଲେ। ଏହା ଏହିପରି ଅନୁବାଦ କରାଯାଇପାରେ “ଏକ ଅନ୍ଧ ବ୍ୟକ୍ତି ଅନ୍ୟ ଅନ୍ଧ ବ୍ୟକ୍ତିକୁ ବାଟ କଢ଼ାଇ ପାରେ ନାହିଁ, କଅଣ ସେ କରିପାରେ?” କିମ୍ବା “ଆମ୍ଭେମାନେ ସମସ୍ତେ ଜାଣୁ ଯେ ଏକ ଅନ୍ଧ ବ୍ୟକ୍ତି ଅନ୍ୟ ଅନ୍ଧ ବ୍ୟକ୍ତିକୁ ବାଟ କଢ଼ାଇ ପାରେ ନାହିଁ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଯଦି ସେ କଲା

କେତେକ ଭାଷାରେ ଏହା ଅଧିକ ପସନ୍ଦ ହୋଇପାରେ “ଯଦି ଜଣେ କଲା”।

ସେମାନେ ଉଭୟେ ଖାତରେ ପଡିବେ, ସେମାନେ କଅଣ ପଡିବେ ନାହିଁ?

ଏହା ଏକ ଅନ୍ୟ ପ୍ରଭାବିତ ପ୍ରଶ୍ନ ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ସେମାନେ କଅଣ ଉଭୟେ ଖାତରେ ପଡିବେ ନାହିଁ?” କିମ୍ବା “ସେମାନେ ଉଭୟେ ଗାତରେ ପଡିବେ” (ୟୁଡିବୀ)।

ଶିଷ୍ୟ ଗୁରୁଠାରୁ ଶ୍ରେଷ୍ଠ ନୁହେଁ

ହୋଇପାରେ ଏହାର ଅର୍ଥ ୧) “ଏକ ଶିଷ୍ୟର ଆପଣା ଗୁରୁଠାରୁ ଅଧିକ ଜ୍ଞାନ ନ ଥାଏ” କିମ୍ବା ) “ଏକ ଶିଷ୍ୟର ଆପଣା ଗୁରୁଠାରୁ ଅଧିକ ଅଧିକାର ନ ଥାଏ।” ଏହା ଏହିପରି ଅନୁବାଦ କରାଯାଇପାରେ “ଏକ ଶିଷ୍ୟ ଆପଣା ଗୁରୁଠାରୁ ଟପିଯାଏ ନାହିଁ।”

ପ୍ରତ୍ୟେକ ଶିଷ୍ୟ ସିଦ୍ଧ ହୋଇ

“ପ୍ରତ୍ୟେକ ଶିଷ୍ୟ ଉତ୍ତମ ଭାବରେ ପ୍ରଶିକ୍ଷିତ ହୋଇ।” ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ ନାହିଁ: “ପ୍ରତ୍ୟେକ ଶିଷ୍ୟର ପ୍ରଶିକ୍ଷଣ ତାହାର ଲକ୍ଷ୍ୟକୁ ପହଞ୍ଚିଲେ” କିମ୍ବା “ପ୍ରତ୍ୟେକ ଶିଷ୍ୟର ଗୁରୁ ତାହାକୁ ସମ୍ପୁର୍ଣ୍ଣ ଶିକ୍ଷା ଦେଇଅଛି।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)