Door43-Catalog_or_tn/LUK/06/38.md

2.7 KiB
Raw Permalink Blame History

(ଲୋକମାନଙ୍କର ବିଚାର ନ କରିବା ନିମନ୍ତେ ଯୀଶୁ ଲୋକସମୂହକୁ ଶିକ୍ଷା ଦେବା ଜାରି ରଖନ୍ତି।)

ତାହାହେଲେ ତୁମ୍ଭମାନଙ୍କୁ ଦାନ ଦିଆଯିବ

ଯୀଶୁ ସ୍ପଷ୍ଟ ଭାବରେ କହିଲେ ନାହିଁ ଯେ, କିଏ ଦେବ। ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “କେହି ଜଣେ ତୁମ୍ଭମାନଙ୍କୁ ଦାନ ଦେବ” କିମ୍ବା ) “ଈଶ୍ଵର ତୁମ୍ଭମାନଙ୍କୁ ଦାନ ଦେବେ”। ଉଭୟ ଏହି ଅନୁବାଦଗୁଡ଼ିକରେ ସ୍ପଷ୍ଟ କରାଯାଇଛି।(ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା, ପ୍ରତ୍ୟକ୍ଷ ବା ପରୋକ୍ଷ)

ମାଣକୁ ପୁରା କରି

“ଏକ ବୃହତ୍ ପରିମାଣ”

ମାଣକୁ ପୁରା କରି … ତୁମ୍ଭମାନଙ୍କ ଅଣ୍ଟିରେ

ଏହି ବାକ୍ୟର କ୍ରମକୁ ପରିବର୍ତ୍ତନ କରାଯାଇପାରେ ଓ ପ୍ରତ୍ୟକ୍ଷ କ୍ରିୟା ବ୍ୟବହାର କରାଯାଇପାରେ। “ସେମାନେ ମାଣକୁ ପୁରା କରି ତାହାକୁ ଚାପି ହଲାଇ ଉଛୁଳାଇ ତୁମ୍ଭମାନଙ୍କ ଅଣ୍ଟିରେ ଦେବେ।” ଯୀଶୁ, ଏକ ଶସ୍ୟ ବ୍ୟବସାୟୀର ଉଦାରତା ପରିମାଣର ଦାନର ଉଦାହରଣକୁ ବ୍ୟବହାର କଲେ। ଏହା ଏକ ଉପମା ରୂପେ ଅନୁବାଦ କରାଯାଇପାରେ “ଏକ ଶସ୍ୟ ବ୍ୟବସାୟୀ ଯିଏ ଶସ୍ୟକୁ ଚାପେ ଓ ଏହାକୁ ଏକତ୍ର ହଲାଏ ଓ ଅଧିକ ଶସ୍ୟ ଢାଳେ ଯେପରି ଏହା ଉଛୁଳିବ, ସେମାନେ ତୁମ୍ଭମାନଙ୍କୁ ଉଦାରଭାବେ ଦେବେ।” (ଦେଖନ୍ତୁ: ଉଦାହରଣ, ଉପମା)

ସେହି ମାପରେ ପୁଣି ତୁମ୍ଭମାନଙ୍କୁ ମପାଇଦିଆଯିବ

ଏହା ଏହିପରି ଅନୁବାଦ କରାଯାଇପାରେ “ସେମାନେ ତୁମ୍ଭମାନଙ୍କ ନିମନ୍ତେ ଜିନିଷ ମାପିବାକୁ ସେହି ସମାନ ଆକାରର ମାପ ବ୍ୟବହାର କରିବେ।” କିମ୍ବା “ସେମାନେ ସମାନ ମାନର ପରିମାଣ ଦ୍ଵାରା ତୁମ୍ଭମାନଙ୍କ ନିମନ୍ତେ ଜିନିଷ ମାପିବେ”