Door43-Catalog_or_tn/LUK/06/31.md

2.1 KiB

(ଆପଣା ଶତ୍ରୁମାନଙ୍କୁ ପ୍ରେମ କରିବା ନିମନ୍ତେ ଯୀଶୁ ଲୋକସମୂହକୁ ଶିକ୍ଷା ଦେଇ ଆସୁଅଛନ୍ତି।)

ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ସେମାନଙ୍କ ପ୍ରତି ସେହିପ୍ରକାର କର

କେତେକ ଭାଷାରେ ଏହାର କ୍ରମକୁ ବଦଳାଇଲେ ଅଧିକ ପ୍ରାକୃତିକ ହେବ “ତୁମ୍ଭେମାନେ ଲୋକମାନଙ୍କ ପ୍ରତି ସେହିପ୍ରକାର କର ଯେପରି ସେମାନେ ତୁମ୍ଭମାନଙ୍କ ପ୍ରତି ବ୍ୟବହାର କରନ୍ତୁ ବୋଲି ଇଚ୍ଛା କର” କିମ୍ବା “ଲୋକମାନଙ୍କୁ ଏପରି ବ୍ୟବହାର କର ଯେପରି ସେମାନେ ତୁମ୍ଭମାନଙ୍କ ପ୍ରତି ବ୍ୟବହାର କରନ୍ତୁ ବୋଲି ଇଚ୍ଛା କର।”

ତୁମ୍ଭେମାନେ କି ଅନୁଗ୍ରହ ପାଇବ?

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। ଏହା ଏହିପରି ଏକ ଟିପ୍ପଣୀ ରୂପେ ଅନୁବାଦ କରାଯାଇପାରେ “ତାହା ନିମନ୍ତେ ତୁମ୍ଭେମାନେ କିଛି ଅନୁଗ୍ରହ ପାଇବ ନାହିଁ। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) ଏହା ଏହିପରି ଅନୁବାଦ କରାଯାଇପାରେ “ତାହା କଲେ ତୁମ୍ଭେମାନେ କି ପ୍ରଶଂସା ପାଇବ? କିମ୍ବା “ତୁମ୍ଭେମାନେ କୌଣସି ବିଶେଷ କାର୍ଯ୍ୟ କରିଅଛ ବୋଲି କି କେହି ଚିନ୍ତା କରିବେ?” ଅନ୍ୟ ସମ୍ଭାବନା ଅର୍ଥ ହେଲା “ତୁମ୍ଭେମାନେ କଅଣ ପୁରସ୍କାର ପାଇବ?”