Door43-Catalog_or_tn/LUK/06/24.md

2.5 KiB

(ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦେଇ ଆସୁଅଛନ୍ତି।)

ହାୟ ଦଣ୍ଡର ପାତ୍ର

ଏହି ବାକ୍ୟାଂଶ ତିନି ଥର ପୁନରାବୃତ୍ତି ହୋଇଛି।ଏହା “ତୁମ୍ଭେମାନେ ଧନ୍ୟ” ର ବିପରୀତ ଅଟେ। ପ୍ରତ୍ୟେକ ଥର, ଏହା ଲୋକମାନଙ୍କ ଉପରେ ସିଧାସଳଖ ଈଶ୍ୱରଙ୍କ କ୍ରୋଧକୁ ଇଙ୍ଗିତ କରେ, କିମ୍ବା ଯାହା କିଛି ନାକାରାତ୍ମକ ବା କିଛି ମନ୍ଦ ବିଷୟ ସେମାନଙ୍କର ଅପେକ୍ଷାରତ।

ହାୟ ଦଣ୍ଡର ପାତ୍ର

“ଯେଉଁମାନେ ଧନୀ ସେମାନଙ୍କ ନିମନ୍ତେ ଏହା କିପରି ଭୟାନକ ଅଟେ” କିମ୍ବା “ଯେଉଁମାନେ ଧନୀ ତୁମ୍ଭମାନଙ୍କୁ ସମସ୍ୟା ଆସିବ।” ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁମାନେ ଧନୀ, ତୁମ୍ଭମାନଙ୍କ ନିମନ୍ତେ କିପରି ଦୁଃଖଦାୟକ” କିମ୍ବା “ଯେଉଁମାନେ ଧନୀ,ତୁମ୍ଭମାନଙ୍କର କେତେ ଦୁଃଖଜନକ ହେବ।”

ତୁମ୍ଭେମାନେ ପାଇଅଛ

“ତୁମ୍ଭେମାନେ ପୂର୍ଣ୍ଣମାତ୍ରାରେ ପାଇଅଛ” କିମ୍ବା “ତୁମ୍ଭେମାନେ ସମସ୍ତ ବିଷୟରେ ପ୍ରାପ୍ତ ହେଉଅଛ ତୁମ୍ଭେମାନେ ପାଇବ”

ଆପଣା ଆପଣା ସୁଖ ଭୋଗ କରୁଅଛ

“ଯାହା ତୁମ୍ଭମାନଙ୍କୁ ସୁଖ ଭୋଗ ଦିଏ” କିମ୍ବା “ଯାହା ତୁମ୍ଭମାନଙ୍କୁ ପରିତୃପ୍ତ କରେ” କିମ୍ବା “ଯାହା ତୁମ୍ଭମାନଙ୍କୁ ଆନନ୍ଦ କରେ”

ବର୍ତ୍ତମାନ ପରିତୃପ୍ତ ଯେ ତୁମ୍ଭେମାନେ

“ବର୍ତ୍ତମାନ ଯାହାର ଉଦର ପୂର୍ଣ୍ଣ ହୋଇଅଛି” କିମ୍ବା “ବର୍ତ୍ତମାନ ଯିଏ ଅଧିକ ଖାଇଛି”

ବର୍ତ୍ତମାନ ହାସ୍ୟ କରୁଅଛ ଯେ ତୁମ୍ଭେମାନେ

“ବର୍ତ୍ତମାନ ଯେଉଁମାନେ ଆନନ୍ଦିତ ଅଟନ୍ତି”