Door43-Catalog_or_tn/LUK/06/17.md

3.2 KiB

ସେମାନଙ୍କ ସହିତ

“ସେ ମନୋନୀତ କରିଥିବା ବାର ଜଣଙ୍କ ସହିତ” କିମ୍ବା “ଆପଣା ବାର ପ୍ରେରିତଙ୍କ ସହିତ”

ଆଉ ରୋଗରୁ ସୁସ୍ଥ ହେବାକୁ

ଏହା ଏହିପରି ପ୍ରତ୍ୟକ୍ଷ ବାଚ୍ୟରେ ଅନୁବାଦ କରାଯାଇପାରେ “ଆଉ ସେମାନେ ଯୀଶୁଙ୍କ ଠାରୁ ସୁସ୍ଥ ହେବା ନିମନ୍ତେ”। ଏହା ଯଦି ଆପଣଙ୍କ ପାଠକମାନଙ୍କ ନିମନ୍ତେ ସ୍ପଷ୍ଟ ନୁହେଁ ଯେ ଯୀଶୁ ପ୍ରକୃତରେ ସୁସ୍ଥ କଲେ, ତୁମ୍ଭେ ଏହା କହିବା ଦ୍ୱାରା ଆପଣମାନେ ସ୍ପଷ୍ଟ କରିପାରନ୍ତି ଯାହା “ଆଉ ଯୀଶୁ ସେମାନଙ୍କୁ ସୁସ୍ଥ କଲେ”। (ଦେଖନ୍ତୁ ପ୍ରତ୍ୟକ୍ଷ ବା ପରୋକ୍ଷ, ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ଅଶୁଚି ଆତ୍ମାଗୁଡ଼ାକ ଦ୍ୱାରା କ୍ଲେଶ ଭୋଗୁଥିଲେ

“ଅଶୁଚି ଆତ୍ମାଗୁଡ଼ାକ ଦ୍ୱାରା ବ୍ୟତିବ୍ୟସ୍ତ ହୋଇଥିଲେ”। ଏହା ଏହିପରି ଅନୁବାଦ କରାଯାଇପାରେ “ଅଶୁଚି ଆତ୍ମାଗୁଡ଼ାକ ଦ୍ୱାରା ନିୟନ୍ତ୍ରିତ ହୋଇଥିଲେ” କିମ୍ବା “ଅଶୁଚି ଆତ୍ମାଗୁଡ଼ାକ ଦ୍ୱାରା ବନ୍ଦୀ ହୋଇଥିଲେ”। ଦେଖନ୍ତୁ ୟୁଡିବୀ ପ୍ରତ୍ୟକ୍ଷ ବାଚ୍ୟ ବ୍ୟବହାର କରି ଅନୁବାଦ କରିବା ନିମନ୍ତେ।

ମଧ୍ୟ ସୁସ୍ଥ ହେଲେ

ଏହା ଏହିପରି ପ୍ରତ୍ୟକ୍ଷ ବାଚ୍ୟରେ ଅନୁବାଦ କରାଯାଇପାରେ “ମଧ୍ୟ ଯୀଶୁ ସୁସ୍ଥ କଲେ।” ଯଦି ଅଶୁଚି ଆତ୍ମାଗୁଡ଼ାକ ଠାରୁ ଲୋକମାନେ ସୁସ୍ଥ ହେବା ବିଷୟରେ କହିବା ନିମନ୍ତେ ଏହା ପ୍ରାକୃତିକ ନୁହେଁ, ଏହା ଏହିପରି ଅନୁବାଦ କରାଯାଇପାରେ “ଯୀଶୁ ସେମାନଙ୍କୁ ମୁକ୍ତ କଲେ” କିମ୍ବା “ଯୀଶୁ ସେମାନଙ୍କ ଠାରୁ ଅଶୁଚି ଆତ୍ମାଗୁଡ଼ାକକୁ ବାହାର କରିଦେଲେ।”

ତାହାଙ୍କ ଠାରୁ ସୁସ୍ଥ କରିବା ଶକ୍ତି ନିର୍ଗତ ହେଉଥିଲା

ଏହା ଏହିପରି ଅନୁବାଦ କରାଯାଇପାରେ “ଲୋକମାନଙ୍କୁ ସୁସ୍ଥ କରିବା ନିମନ୍ତେ ତାହାଙ୍କ ଠାରେ ଶକ୍ତି ଥିଲା।” ଯୀଶୁ କୌଣସି ଶକ୍ତି ହରାଇଲେ ନାହିଁ ଯେତେବେଳେ ତାହାଙ୍କ ଠାରୁ ଶକ୍ତି ନିର୍ଗତ ହେଲା।