Door43-Catalog_or_tn/LUK/06/14.md

2.3 KiB
Raw Permalink Blame History

(ଏହା ହେଉଛି ବାର ଜଣ ମନୁଷ୍ୟଙ୍କ ସୂଚୀ ଯେଉଁମାନଙ୍କୁ ଯୀଶୁ ଆପଣା ଶିଷ୍ୟ ହେବା ନିମନ୍ତେ ମନୋନୀତ କଲେ।)

ଏହା ହେଲା ସେମାନଙ୍କ ନାମ

ଏହି ବାକ୍ୟାଂଶ, ସୁଚିରେ କଅଣ ଅଛି ତାହା ସ୍ପଷ୍ଟ କରିବା ନିମନ୍ତେ ୟୁଏଲବୀ ରେ ଯୋଗ କରାଯାଇଥିବା ନାମଗୁଡ଼ିକର ପରିଚୟ କରାଏ।

ତାଙ୍କ ଭ୍ରାତା ଆନ୍ଦ୍ରିୟ

“ଶିମୋନଙ୍କ ଭ୍ରାତା ଆନ୍ଦ୍ରିୟ”

ଉଦ୍‌ଯୋଗୀ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) ଏହି ଉଦ୍‌ଯୋଗୀ କିମ୍ବା ) “ଜଣେ ଉତ୍ସାହୀ ବ୍ୟକ୍ତି। ପ୍ରଥମ ଅର୍ଥ ଇଙ୍ଗିତ କରେ ଯେ, ସେ ଏପରି ଲୋକମାନଙ୍କ ଦଳର ଅଂଶ ଅଟନ୍ତି ଯେଉଁମାନେ ରୋମୀ ଶାସନ ଠାରୁ ଯିହୁଦୀ ଲୋକମାନଙ୍କର ମୁକ୍ତି ଇଚ୍ଛା କରୁଥିଲେ। ଏହା ଏହିପରି ଅନୁବାଦ କରାଯାଇପାରେ “ସ୍ୱଦେଶ ଭକ୍ତ” କିମ୍ବା “ସ୍ୱଦେଶ ପ୍ରେମୀ”। ଦ୍ୱିତୀୟ ଅର୍ଥ ଇଙ୍ଗିତ କରେ ଯେ, ସେ ଈଶ୍ୱରଙ୍କ ନିମନ୍ତେ ଉତ୍ସାହୀ ଥିଲେ ଯେପରି ସେ ଆଦର ପାଇବେ। ଏହା ଏହିପରି ଅନୁବାଦ କରାଯାଇପାରେ “ଆବେଗନ୍ୱିତ”।

ବିଶ୍ୱାସଘାତକ ହେଲା

ଏହା ଏହିପରି ଅନୁବାଦ କରାଯାଇପାରେ “ଆପଣା ବନ୍ଧୁକୁ ଶତ୍ରୁହସ୍ତରେ ସମର୍ପଣ କଲା” କିମ୍ବା “ଶତ୍ରୁମାନଙ୍କୁ ଆପଣା ବନ୍ଧୁ ବୋଲି ବିଚାର କଲା” କିମ୍ବା “ଆପଣା ବନ୍ଧୁ ବିଷୟରେ ଶତ୍ରୁମାନଙ୍କୁ କହିବା ଦ୍ୱାରା ତାହାଙ୍କୁ ବିପଦରେ ପକାଇଲେ”