Door43-Catalog_or_tn/LUK/05/20.md

3.0 KiB

ହେ ମନୁଷ୍ୟ

ଏହା ଏକ ସାଧାରଣ ଶବ୍ଦ ଅଟେ ଯାହା ଲୋକମାନେ ନାମ ଜାଣି ନ ଥିବା ଲୋକ ସହିତ କଥାବାର୍ତ୍ତା ହେବା ନିମନ୍ତେ ବ୍ୟବହାର କରନ୍ତି। ଏହା ଅଭଦ୍ର ନ ଥିଲା, କିନ୍ତୁ ଏହା ବିଶେଷ ଆଦର ମଧ୍ୟ ନ ଥିଲା। କେତେକ ଭାଷାରେ ଏହି ଶବ୍ଦ ବ୍ୟବହାର ହୋଇଥାଏ ଯେପରି “ବନ୍ଧୁ” କିମ୍ବା “ଭାଇ” କିମ୍ବା “ଆଜ୍ଞା”।

ତୁମ୍ଭର ପାପସବୁ କ୍ଷମା କରାଗଲା

“ତୁମ୍ଭକୁ କ୍ଷମା କରାଗଲା” କିମ୍ବା “ମୁଁ ତୁମ୍ଭର ପାପସବୁ କ୍ଷମା କରିଅଛି” (ୟୁଡିବୀ)

ଏହା ପ୍ରଶ୍ନ କଲେ

“ଏହା ଆଲୋଚନା କଲେ” କିମ୍ବା “ଏହା ବିଷୟରେ ଯୁକ୍ତିତର୍କ କଲେ”। ଏହା ଏହିପରି ଅନୁବାଦ କରାଯାଇପାରେ “ପାପସବୁ କ୍ଷମା କରିବା ନିମନ୍ତେ ଯୀଶୁଙ୍କର ଅଧିକାର ଅଛି କି ନାହିଁ ଏହା ଆଲୋଚନା କଲେ।”

ଏ ଯେ ଈଶ୍ୱରନିନ୍ଦା କରୁଅଛି, ଏ କିଏ?

ଏହି ପ୍ରଭାବିତ ପ୍ରଶ୍ନ ଦର୍ଶାଏ, ଯୀଶୁ ଯାହା କହିଲେ ସେଥିରେ ସେମାନେ କିପରି ବିରକ୍ତ ଓ କ୍ରୋଧ ହେଲେ। ଏହା ଏହିପରି ଅନୁବାଦ କରାଯାଇପାରେ “ଏହି ଲୋକ ଈଶ୍ୱରନିନ୍ଦା କରୁଅଛି” କିମ୍ବା “ତାହା କହି ସେ ଈଶ୍ୱରନିନ୍ଦା କରୁଅଛି” କିମ୍ବା “ସେ ସେହିପରି ଈଶ୍ୱରନିନ୍ଦା କରୁଅଛି ବୋଲି କିଏ ଚିନ୍ତା କରିପାରେ?” (ଦେଖନ୍ତୁ ପ୍ରଭାବିତ ପ୍ରଶ୍ନ )

କେବଳ ଈଶ୍ୱରଙ୍କ ବିନା ଆଉ କିଏ ପାପ କ୍ଷମା କରିପାରେ?

ଏହି ପ୍ରଭାବିତ ପ୍ରଶ୍ନ ଏହିପରି ଅନୁବାଦ କରାଯାଇପାରେ “କେବଳ ଈଶ୍ୱରଙ୍କ ବିନା ଆଉ କେହି ପାପ କ୍ଷମା କରିପାରେ ନାହିଁ” କିମ୍ବା “କେବଳ ଈଶ୍ୱର ହିଁ ପାପ କ୍ଷମା କରି ପାରନ୍ତି”। ଏହି ଅବ୍ୟକ୍ତ ସୂଚ଼ନା ତାହା ଅଟେ, ଯଦି ଜଣେ ବ୍ୟକ୍ତି ପାପସବୁ କ୍ଷମା କରୁଅଛି ବୋଲି ଦାବି କରେ ସେ ଈଶ୍ୱର ହେବାର ଛଳନା କରେ। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)।