Door43-Catalog_or_tn/LUK/04/25.md

4.1 KiB

(ଯୀଶୁ ସମାଜଗୃହର ଲୋକମାନଙ୍କୁ କହି ଆସୁଅଛନ୍ତି।)

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି

“ମୁଁ ତୁମ୍ଭମାନଙ୍କୁ ସତ୍ୟତାରେ କହୁଅଛି।” ଏହି ବାକ୍ୟାଂଶ, ଏହା ପରେ ଆସୁଥିବା ବକ୍ତବ୍ୟର ବିଶେଷ, ସତ୍ୟ, ଓ ସଠିକ କୁ ଗୁରୁତ୍ୱ ଦେବା ନିମନ୍ତେ ବ୍ୟବହାର କରାଯାଇଛି।

ଅନେକ ବିଧବା

ଯେଉଁ ସ୍ତ୍ରୀର ସ୍ୱାମୀ ମୃତ୍ୟୁବରଣ କରିଛି ସେ ବିଧବା ଅଟେ।

ଏଲିୟଙ୍କ ସମୟରେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେତେବେଳେ ଏଲିୟ ଇସ୍ରାଏଲରେ ଭାବବାଣୀ କରୁଥିଲେ।” ଯେଉଁ ଲୋକମାନଙ୍କୁ ଯୀଶୁ କଥା କହୁଥିଲେ ସେମାନେ ଜାଣିଥିଲେ ଯେ, ଏଲିୟ ଜଣେ ଈଶ୍ୱରଙ୍କ ଭାବବାଦୀ ଥିଲେ। ଯଦି ଆପଣଙ୍କ ପାଠକ ଏହା ଜାଣନ୍ତି ନାହିଁ, ତେବେ ଆପଣ ଏହି ଅବ୍ୟକ୍ତ ସୂଚ଼ନାକୁ (ୟୁଡିବୀ ଅନୁସାରେ) ସ୍ପଷ୍ଟ କରିପାରନ୍ତି। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ଯେତେବେଳେ ଆକାଶରୁଦ୍ଧ ହେବାରୁ ବର୍ଷା ବିହୀନ ହେଲା

ଏହା ଏହିପରି ଅନୁବାଦ କରାଯାଇପାରେ “ଯେତେବେଳେ ଆକାଶରୁ କୌଣସି ବର୍ଷା ହେଲା ନାହିଁ” କିମ୍ବା “ଯେତେବେଳେ କୌଣସି ପ୍ରକାରେ ବର୍ଷା ହେଲା ନାହିଁ।” ଏହା ଏକ ଉଦାହରଣ ଅଟେ। ଆକାଶ ସର୍ବଚ୍ଚ ସୀମା ରୂପରେ ଚିତ୍ରିତ ଯାହା, ଏହା ଉପରେ ଜଳ ରଖିବା ନିମନ୍ତେ ବନ୍ଦ ଥିଲା ଯେଉଁଠାରୁ ଜଳ ବର୍ଷା ରୂପରେ ତଳକୁ ଆସିଥାଏ। (ଦେଖନ୍ତୁ: ଉଦାହରଣ)

ଯେତେବେଳେ ସେଠାରେ ମହାଦୁର୍ଭିକ୍ଷ ପଡ଼ିଥିଲା

“ଯେତେବେଳେ ସେଠାରେ ଗୁରୁତର ଭାବରେ ଖାଦ୍ୟର ଅଭାବ ଥିଲା” କିମ୍ବା “ଯେତେବେଳେ ଲୋକମାନଙ୍କର ଯଥେଷ୍ଟ ଖାଦ୍ୟ ନ ଥିଲା।” ଏକ ମହାଦୁର୍ଭିକ୍ଷ ହେଉଛ ସମୟର ଏକ ଲମ୍ବା ଅବଧି ଯେତେବେଳେ ଫସଲ ଲୋକମାନଙ୍କ ନିମନ୍ତେ ଯଥେଷ୍ଟ ଖାଦ୍ୟ ଉତ୍ପାଦନ କରେ ନାହିଁ।

ସାରିଫତରେ ବାସ କରୁଥିବା ଏକ ବିଧବା

ସାରିଫତ ନଗରରେ ବାସ କରୁଥିବା ଲୋକମାନେ ବିଜାତୀୟ ଥିଲେ, ଯିହୁଦୀ ନୁହେଁ। ଏହା ଏହିପରି ଅନୁବାଦ କରାଯାଇପାରେ “ସାରିଫତରେ ବାସ କରୁଥିବା ଏକ ବିଜାତୀୟ ବିଧବା।” ଯୀଶୁଙ୍କୁ ଶୁଣୁଥିବା ଲୋକମାନେ ଏହା ବୁଝିଥିଲେ ଯେ ସାରିଫତର ଲୋକମାନେ ବିଜାତୀୟ ଥିଲେ। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ସୁରିଆଦେଶୀୟ ନାମାନ

ସୁରିଆଦେଶୀୟ ହେଉଛି ସୁରିଆ ଦେଶର ଏକ ବ୍ୟକ୍ତି। ସୁରିଆ ଦେଶର ଲୋକମାନେ ବିଜାତୀୟ ଥିଲେ, ଯିହୁଦୀ ନୁହେଁ। ଏହା ଏହିପରି ଅନୁବାଦ କରାଯାଇପାରେ “ସୁରିଆର ବିଜାତୀୟ ନାମାନ।”