Door43-Catalog_or_tn/LUK/04/14.md

2.1 KiB

ଆତ୍ମାଙ୍କ ଶକ୍ତିରେ

ଏହା ଏହିପରି ଅନୁବାଦ କରାଯାଇପାରେ “ଆଉ ଆତ୍ମା ତାହାଙ୍କୁ ଶକ୍ତି ଦେଉଥିଲେ।” ବିଶେଷ ପ୍ରକାରେ ଈଶ୍ୱର ଯୀଶୁଙ୍କ ସହିତ ଥିଲେ, ଯାହା ମାନବ ସାଧାରଣତଃ କରିପାରେ ନାହିଁ ସେହି ବିଷୟ କରିବାକୁ ଈଶ୍ୱର ତାହାଙ୍କୁ ସାମର୍ଥ୍ୟ କରିବା ନିମନ୍ତେ।

ତାହାଙ୍କର ଖ୍ୟାତି ବ୍ୟାପିଗଲା

ଏହା ଏହିପରି ଅନୁବାଦ କରାଯାଇପାରେ “ଲୋକେ ଯୀଶୁଙ୍କ ବିଷୟରେ ସମାଚାର ପ୍ରଚାରିତ କଲେ” କିମ୍ବା “ଲୋକେ ଅନ୍ୟ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହିଲେ” କିମ୍ବା “ତାହାଙ୍କ ବିଷୟକ ଜ୍ଞାନ ଜଣେ ବ୍ୟକ୍ତି ଠାରୁ ଅନ୍ୟ ବ୍ୟକ୍ତିପାଖକୁ ଗଲା।” ଯେଉଁମାନେ ଯୀଶୁଙ୍କୁ ଶୁଣିଲେ ସେମାନେ ଅନ୍ୟ ଲୋକମାନଙ୍କୁ ତାହାଙ୍କ ବିଷୟରେ କହିଲେ, ଆଉ ତା'ପରେ ସେହି ଅନ୍ୟ ଲୋକମାନେ ତାହାଙ୍କ ବିଷୟରେ ଆଉ ଅଧିକ ଲୋକମାନଙ୍କୁ କହିଲେ।

ଆଉ ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳରେ

ଏହା ଗାଲିଲୀର ଚତୁର୍ଦ୍ଦିଗସ୍ଥ ଅଞ୍ଚଳ ବା ସ୍ଥାନକୁ ଦର୍ଶାଏ।

ସମସ୍ତଙ୍କଠାରୁ ସେ ଗୌରବ ପାଇବାକୁ ଲାଗିଲେ

“ସମସ୍ତେ ତାହାଙ୍କ ବିଷୟରେ ମହାନ୍ ବିଷୟ କହିଲେ” କିମ୍ବା “ସମସ୍ତ ଲୋକ ତାହାଙ୍କ ବିଷୟରେ ଭଲ ପ୍ରକାରେ କହିଲେ”