Door43-Catalog_or_tn/LUK/04/01.md

1.5 KiB

ତା'ପରେ

ଏହା ଦର୍ଶାଏ, ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେଲା ପରେ। ଏହା ଏହିପରି ଅନୁବାଦ କରାଯାଇପାରେ “ଯୀଶୁ ବାପ୍ତିଜିତ ହେଲା ପରେ।”

ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ

ଏହା ଏହିପରି ପ୍ରତ୍ୟକ୍ଷ ବାଚ୍ୟରେ ଅନୁବାଦ କରାଯାଇପାରେ “ଆତ୍ମା ତାହାଙ୍କୁ ଚାଳିତ କଲେ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଶୟତାନ କର୍ତ୍ତୃକ ପରୀକ୍ଷିତ ହେଉଥିଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱରଙ୍କ ଆଜ୍ଞା ଉଲଙ୍ଘନ କରିବା ନିମନ୍ତେ ଶୟତାନ କର୍ତ୍ତୃକ ପରୀକ୍ଷିତ ହେଉଥିଲେ।” ଏହା ସ୍ପଷ୍ଟ ନୁହେଁ ଯେ ସେ ସମସ୍ତ ସମୟ ପରୀକ୍ଷିତ ହେଉଥିଲେ, କି ଶେଷ ସମୟରେ ପରୀକ୍ଷିତ ହେଲେ। ଏହା ଏହିପରି ପ୍ରତ୍ୟକ୍ଷ ବାଚ୍ୟରେ ଅନୁବାଦ କରାଯାଇପାରେ “ସେଠାରେ ଶୟତାନ ତାହାଙ୍କୁ ପରୀକ୍ଷା କଲା।”

ସେ କିଛି ଭୋଜନ କଲେ ନାହିଁ

“ସେ” ଯୀଶୁଙ୍କୁ ଦର୍ଶାଏ।