Door43-Catalog_or_tn/LUK/03/8.md

2.2 KiB

(ଯୋହନ ଲୋକସମୂହକୁ କହି ଆସୁଅଛନ୍ତି।)

ମନପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର

ଏହା ଏହିପରି ଅନୁବାଦ କରାଯାଇପାରେ “ଏହିପରି ଫଳ ଉତ୍ପନ୍ନ କର ଯାହା ତୁମ୍ଭେମାନେ ମନପରିବର୍ତ୍ତନ କରିଅଛ ବୋଲି ଦେଖାଏ” କିମ୍ବା “ଉତ୍ତମ କାର୍ଯ୍ୟ କର ଯାହା ତୁମ୍ଭେମାନେ ଆପଣା ପାପରୁ ଫେରିଅଛ ବୋଲି ଦର୍ଶାଏ।” ଏହି ଉଦାହରଣରେ ଏକ ବ୍ୟକ୍ତିର ଚାଲିଚଳନକୁ ଏକ ଫଳ ସହ ତୁଳନା କରାଯାଏ। ଯେପରି ଏକ ଗଛରୁ ସେହି ପ୍ରକାର ଗଛ ନିମନ୍ତେ ଉପଯୁକ୍ତ ଫଳ ଉତ୍ପନ୍ନ କରିବାର ଆଶା କରାଯାଏ, ସେ ପ୍ରକାରେ ଯେଉଁ ବ୍ୟକ୍ତି କହେ ଯେ ସେ ଆପଣା ପାପରୁ ମନପରିବର୍ତ୍ତନ କରିଅଛି ତାହାଠାରୁ ଧାର୍ମିକତା ଜୀବନର ଆଶା କରାଯାଏ। (ଦେଖନ୍ତୁ: ଉଦାହରଣ)

ମନେ ମନେସୁଦ୍ଧା ଏପରି କୁହ ନାହିଁ

“ଆପଣାମାନଙ୍କ ଠାରେ କହୁଅଛ” କିମ୍ବା “ତୁମ୍ଭମାନଙ୍କ ହୃଦୟରେ କହୁଅଛ” କିମ୍ବା “ଚିନ୍ତା କରୁଅଛ”

ଅବ୍ରାହାମ ତ ଆମ୍ଭମାନଙ୍କ ପିତା

“ଅବ୍ରାହାମ ଆମ୍ଭମାନଙ୍କ ପିତୃପୁରୁଷ ଅଟନ୍ତି” କିମ୍ବା “ଆମ୍ଭେମାନେ ଅବ୍ରାହାମଙ୍କ ବଂଶଜ ଅଟୁ।” ଯଦି ଏହା ଅସ୍ପଷ୍ଟ କାହିଁକି ସେମାନେ ଏହା କହିଲେ, ତୁମ୍ଭେମାନେ ଅବ୍ୟକ୍ତ ସୂଚ଼ନାକୁ ମଧ୍ୟ ସଂଯୋଗ କରିପାର “ତେଣୁ ଈଶ୍ୱର ଆମ୍ଭମାନଙ୍କୁ ଦଣ୍ଡ ଦେବେ ନାହିଁ।”