Door43-Catalog_or_tn/LUK/03/7.md

3.0 KiB

ତାହାଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ

“ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ”

ରେ କାଳସର୍ପର ବଂଶ

ଏହା ଏକ ଉଦାହରଣ ଅଟେ। ବିଷାକ୍ତ ସର୍ପମାନେ ଭୟଙ୍କର ଅଟନ୍ତି ଓ ଦୁଷ୍ଟ ଆତ୍ମାର ପ୍ରତୀକ ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ରେ ଦୁଷ୍ଟ ବିଷାକ୍ତ ସର୍ପମାନେ!” କିମ୍ବା “ତୁମ୍ଭେମାନେ ବିଷାକ୍ତ ସର୍ପ ସଦୃଶ୍ୟ ଦୁଷ୍ଟ ଅଟ।” (ଦେଖନ୍ତୁ: ଉଦାହରଣ)

କିଏ ତୁମ୍ଭମାନଙ୍କୁ ଚେତନା ଦେଲା

ଏହା ଏକ ପ୍ରଭାବିତ ପ୍ରଶ୍ନର ଆରମ୍ଭ ଅଟେ।ଯୋହନ ଲୋକମାନଙ୍କୁ ଅନୁଯୋଗ କରୁଥିଲେ କାରଣ ସେମାନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ସେମାନେ ତାହାଙ୍କୁ କହୁଥିଲେ ଯେପରି ଈଶ୍ୱର ସେମାନଙ୍କୁ ଦଣ୍ଡ ନ ଦିଅନ୍ତି, କିନ୍ତୁ ସେମାନେ ପାପ କରିବାରୁ ନିବୃତ୍ତ ହେବା ନିମନ୍ତେ ଇଚ୍ଛା କରୁ ନ ଥିଲେ। ସମ୍ପୂର୍ଣ୍ଣ ପ୍ରଭାବିତ ପ୍ରଶ୍ନ ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେମାନେ ଏହିପରି ଭାବରେ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୁ ପଳାୟନ କରି ପାରିବ ନାହିଁ” କିମ୍ବା “ତୁମ୍ଭେମାନେ କଅଣ ଚିନ୍ତା କର ଯେ କେବଳ ବାପ୍ତିଜିତ ହେବା ଦ୍ୱାରା ତୁମ୍ଭେମାନେ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୁ ପଳାୟନ କରି ପାରିବ?” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଆଗାମୀ କ୍ରୋଧରୁ

ଏହା ଏହିପରି ଅନୁବାଦ କରାଯାଇପାରେ “ଆସୁଥିବା ଦଣ୍ଡରୁ” କିମ୍ବା “ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୁ ଯାହା ସେ କରିବାକୁ ଯାଉଅଛନ୍ତି” କିମ୍ବା “କାରଣ ଈଶ୍ୱର ତୁମ୍ଭମାନଙ୍କୁ ଦଣ୍ଡ ଦେବାକୁ ଯାଉଅଛନ୍ତି।” ଏହି ଶବ୍ଦ “ପ୍ରଚଣ୍ଡ କ୍ରୋଧ” ଈଶ୍ୱରଙ୍କ ଦଣ୍ଡକୁ ଦର୍ଶାଇବା ନିମନ୍ତେ ବ୍ୟବହାର ହୋଇଥାଏ କାରଣ ତାହାଙ୍କ ପ୍ରଚଣ୍ଡ କ୍ରୋଧ ଏହା ପୂର୍ବରୁ ଆସିଥାଏ। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)