Door43-Catalog_or_tn/LUK/03/23.md

3.4 KiB

ବର୍ତ୍ତମାନ

ଏହି ଶବ୍ଦ, କାହାଣୀ ଠାରୁ ଯୀଶୁଙ୍କ ବୟସ ଓ ପିତୃପୁରୁଷଙ୍କ ବିଷୟର ପୃଷ୍ଠଭୂମିକୁ ପରିବର୍ତ୍ତନ କରିବା ଚିହ୍ନ ନିମନ୍ତେ ଏଠାରେ ବ୍ୟବହାର କରାଯାଇଛି। ଏହା ଲୁକ ୩:୩୭ ପରେ ସମାପ୍ତ ହୁଏ. ଯଦି ଆପଣଙ୍କ ଭାଷାରେ, କଅଣ ପରେ ପୃଷ୍ଠଭୂମି ସୂଚ଼ନା ହେବ ତାହା ଦର୍ଶାଇବା ନିମନ୍ତେ କୌଣସି ଶୈଳୀ ଥାଏ, ଆପଣମାନେ ଏଠାରେ ବ୍ୟବହାର କରିପାରନ୍ତି। (ଦେଖନ୍ତୁ: ଲେଖିବା ଶୈଳୀ ପୃଷ୍ଠଭୂମି ସୂଚ଼ନା)

ଯୀଶୁ ଆପେ

“ଏହି ଯୀଶୁ” କିମ୍ବା “ଏହି ବ୍ୟକ୍ତି ଯୀଶୁ।”

ସେ ଯୋଷେଫଙ୍କ ପୁତ୍ର (ଧାରଣାନୁସାରେ) ଥିଲେ

“ସେ ଯୋଷେଫଙ୍କ ପୁତ୍ର ବୋଲି ଖ୍ୟାତ ହେଲେ” କିମ୍ବା “ଏହି ଧାରଣା ଥିଲା ଯେ ଯୀଶୁ ଯୋଷେଫଙ୍କ ପୁତ୍ର ଥିଲେ” କିମ୍ବା “ଲୋକେ ଅନୁମାନ କଲେ ଯେ ସେ ଯୋଷେଫଙ୍କ ପୁତ୍ର ଥିଲେ”

ଏଲୀଙ୍କ ପୁତ୍ର

କେତେକ ଅନୁବାଦକ ଏକ ନୂତନ ବାକ୍ୟରେ ଆରମ୍ଭ କରିବାକୁ ଇଚ୍ଛା କରି ପାରନ୍ତି ଏହା ସହିତ “ଯୋଷେଫ ଏଲୀଙ୍କ ପୁତ୍ର ଥିଲେ” କିମ୍ବା “ଯୋଷେଫଙ୍କ ପିତା ଏଲୀ ଥିଲେ।”

ଏଲୀଙ୍କ ପୁତ୍ର, ମତ୍‌ଥାତଙ୍କ ପୁତ୍ର, ଲେବୀଙ୍କ ପୁତ୍ର…

ଏହି ବାକ୍ୟାଂଶ “ପୁତ୍ର” ଏକ ଅବ୍ୟକ୍ତ ସୂଚ଼ନା ଅଟେ। ଏହି ବିଷୟ ବସ୍ତୁ ସରଳ ଭାବରେ କହେ “ଏଲୀଙ୍କ, ମତ୍‌ଥାତଙ୍କ, ଲେବୀଙ୍କ…” ଏହି ସୁଚୀ ଏହିପରି ଅନୁବାଦ କରାଯାଇପାରରେ “କିଏ ଏଲୀଙ୍କ ପୁତ୍ର ଥିଲେ, କିଏ ମତ୍‌ଥାତଙ୍କ ପୁତ୍ର ଥିଲେ, କିଏ ଲେବୀଙ୍କ ପୁତ୍ର ଥିଲେ…” କିମ୍ବା “ଯୋଷେଫ ଏଲୀଙ୍କ ପୁତ୍ର ଥିଲେ, ଏଲୀ ମତ୍‌ଥାତଙ୍କ ପୁତ୍ର ଥିଲେ, ମତ୍‌ଥାତ ଲେବୀଙ୍କ ପୁତ୍ର ଥିଲେ” କିମ୍ବା “ଏଲୀଙ୍କ ପିତା ମତ୍‌ଥାତ ଥିଲେ, ମତ୍‌ଥାତଙ୍କ ପିତା ଲେବୀ ଥିଲେ…” ବିବେଚନା କରନ୍ତୁ, ଆପଣଙ୍କ ଭାଷାରେ ସାଧାରଣତଃ ଲୋକେ କିପରି ପିତୃପୁରୁଷଙ୍କ ସୂଚୀ କରନ୍ତି। ସମ୍ପୂର୍ଣ୍ଣ ସୂଚୀ ମଧ୍ୟରେ ଆପଣମାନେ ଏହି ସମାନ ଶବ୍ଦକୁ ବ୍ୟବହାର କରିପାରନ୍ତି। (ଦେଖନ୍ତୁ: ନାମଗୁଡ଼ିକ କିପରି ଅନୁବାଦ କରିବାକୁ ହେବ)