Door43-Catalog_or_tn/LUK/03/21.md

2.9 KiB

ଆଉ ଏପରି ହେଲା

ଏହି ବାକ୍ୟାଂଶଟି କାହାଣୀର ଏକ ନୂତନ ଅଂଶକୁ ଆରମ୍ଭ କରିବାର ଏକ ଚିହ୍ନ ନିମନ୍ତେ ଏଠାରେ ବ୍ୟବହାର କରାଯାଇଛି। ଯଦି ଆପଣଙ୍କ ଭାଷାରେ ଏହି ପ୍ରକାର କରିବା ନିମନ୍ତେ କୌଣସି ଶୈଳୀ ଅଛି, ଆପଣମାନେ ଏଠାରେ ଏହା ବ୍ୟବହାର କରିବା ନିମନ୍ତେ ଚିନ୍ତା କରି ପାରନ୍ତି।

ଯେଉଁ ସମୟରେ ସମସ୍ତ ଲୋକ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଉଥିଲେ

ଏହି ବାକ୍ୟାଂଶ “ସମସ୍ତ ଲୋକ” ଯୋହନଙ୍କ ସହିତ ଉପସ୍ଥିତ ହୋଇଥିବା ଲୋକମାନଙ୍କୁ ଦର୍ଶାଏ। ଏହା ଏହିପରି ଅନୁବାଦ ହୋଇପାରିଥାଆନ୍ତା “ଯେଉଁ ସମୟରେ ଯୋହନ ସମସ୍ତ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଯୀଶୁ ମଧ୍ୟ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ

ଏହା ଏହିପରି ଅନୁବାଦ ହୋଇପାରିଥାଆନ୍ତା “ଯୋହନ ଯୀଶୁଙ୍କୁ ମଧ୍ୟ ବାପ୍ତିସ୍ମ ଦେଲେ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ସ୍ୱର୍ଗ ଉନ୍ମୁକ୍ତ ହେଲା

“ଆକାଶ ଉନ୍ମୁକ୍ତ ହେଲା” କିମ୍ବା “ଆକାଶ ଖୋଲା ହେଲା।” ଏହା ଏକ ସାଧାରଣଭାବରେ, ମେଘମୁକ୍ତ ଆକାଶ, କିନ୍ତୁ ଏହାର ଅର୍ଥ କଅଣ ଅଟେ ତାହା ସ୍ପଷ୍ଟ ହୋଇ ନାହିଁ। ଏହା ସମ୍ଭବତଃ ଅର୍ଥ ହେଲା ସମ୍ପୂର୍ଣ୍ଣ ଦୃଶ୍ୟମାନ ଆକାଶ।

ପବିତ୍ର ଆତ୍ମା ତାହାଙ୍କ ଉପରେ ଓହ୍ଲାଇଆସିଲେ

“ପବିତ୍ର ଆତ୍ମା ଯୀଶୁଙ୍କ ଉପରେ ଓହ୍ଲାଇଆସିଲେ”

କପୋତ

କପୋତ ଏକ ଛୋଟ, ମୃଦୁଶୀଳ ପକ୍ଷୀ ଅଟେ ଯାହାକୁ ଲୋକମାନେ ସମୟ ସମୟରେ ମନ୍ଦିର ବଳିଦାନ ନିମନ୍ତେ ଓ ଖାଦ୍ୟ ନିମନ୍ତେ ବ୍ୟବହାର କରୁଥିଲେ। ଏହା ପାରା ସଦୃଶ୍ୟ ଅଟେ।

ଦୈହିକଭାବେ କୋପତ ପରି

“ଶାରୀରିକ ରୂପେ କୋପତ ପରି ଦେଖାଯାଉଥିବା”