Door43-Catalog_or_tn/LUK/03/17.md

3.3 KiB

(ଯୋହନ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଇ ଆସୁଅଛନ୍ତି।)

ଆପଣା ପରିଷ୍କାର କରିବା କୁଲା…

ଏହି ଉଦାହରଣ ତୁଳନା କରେ ଯେ, ଖ୍ରୀଷ୍ଟ କିପରି ଅଧାର୍ମିକ ଲୋକମାନଙ୍କୁ ଠାରୁ ଧାର୍ମିକ ଲୋକମାନଙ୍କୁ ପୃଥକ୍ କରିବେ, ତାହା ସହିତ ଏକ ମନୁଷ୍ୟ କିପରି ଅଗାଡି ଠାରୁ ଗହମକୁ ପୃଥକ୍ କରେ। ଏହା ଏକ ତୁଳନାତ୍ମକ ରୂପେ ଏହିପରି ଅନୁବାଦ କରାଯାଇପାରେ ଏହି ଦୁଇ ବିଷୟର ସଂଯୋଗକୁ ଅଧିକ ସ୍ପଷ୍ଟ କରିବା ନିମନ୍ତେ: “ଖ୍ରୀଷ୍ଟ ଏପରି ଏକ ମନୁଷ୍ୟ ସଦୃଶ୍ୟ ଅଟନ୍ତି ଯାହାର ପରିଷ୍କାର କରିବା କୁଲା ଆପଣା ହସ୍ତରେ ଅଛି।”(ଦେଖନ୍ତୁ: ଉଦାହରଣ, ତୁଳନା)

ଆପଣା ପରିଷ୍କାର କରିବା କୁଲା ତାହାଙ୍କ ହସ୍ତରେ ଅଛି

ଏହା ଏହିପରି ଅନୁବାଦ କରାଯାଇପାରେ “ସେ ପରିଷ୍କାର କରିବା କୁଲା ଧରିଅଛନ୍ତି କାରଣ ସେ ପ୍ରସ୍ତୁତ ଅଟନ୍ତି।”

ପରିଷ୍କାର କରିବାକୁ

ଏହା ଅଗାଡି ଠାରୁ ଗହମ ଶଷ୍ୟକୁ ପୃଥକ୍ କରିବା ନିମନ୍ତେ ଉପରକୁ ପବନରେ ଗହମକୁ ଉଛୁଳାଇବା ନିମନ୍ତେ ଏକ ଉପକରଣ ଅଟେ। ଓଜନିୟା ଶଷ୍ୟ ତଳକୁ ପୂନର୍ବାର ପଡ଼ିଯିବ ଓ ଅନାବଶ୍ୟକ ଅଗାଡି ଯାକ ପବନ ଦ୍ୱାରା ଉଡ଼ିଯିବ। ଏହା ଏକ ପ୍ରକାର କୃଷି ଉପକରଣ ସଙ୍ଗେ ସମାନ ଅଟେ।

ଆପଣା ଖଳା

ଏହା ଏକ ସ୍ଥାନ ଅଟେ ଯେଉଁଠାରେ ଲୋକେ ଅଗାଡି ଠାରୁ ଶଷ୍ୟକୁ ପୃଥକ୍ କରନ୍ତି। ଏହା ଏହିପରି ଅନୁବାଦ କରାଯାଇପାରେ “ଆପଣା ପଡ଼ିଆ” କିମ୍ବା “ଯେଉଁ ପଡିଆରେ ସେ ଅଗାଡି ଠାରୁ ଶଷ୍ୟକୁ ପୃଥକ୍ କରନ୍ତି”

ସଂଗ୍ରହ କରି ରଖିବା ନିମନ୍ତେ

ଏହା ଏହିପରି ଅନୁବାଦ କରାଯାଇପାରେ “ତା'ପରେ ସେ ଗହମ ସଂଗ୍ରହ କରିବେ”

ଅମାର

“ଶଷ୍ୟାଗାର” କିମ୍ବା “ଶଷ୍ୟ ଭଣ୍ଡାର।” ଯେଉଁ ସ୍ଥାନରେ ଶଷ୍ୟକୁ ସୁରକ୍ଷିତ ରଖାଯାଏ ପରେ ବ୍ୟବହାର କରିବା ନିମନ୍ତେ।

ଅଗାଡିଯାକ ଅନିର୍ବାଣ ଅଗ୍ନିରେ ପୋଡିପକାଇବେ

ଅଗାଡି କୌଣସି ବିଷୟ ନିମନ୍ତେ ବ୍ୟବହାର ଯୋଗ୍ୟ ନୁହେଁ, ତେଣୁ ଲୋକେ ଏହାକୁ ପୋଡିଦିଅନ୍ତି।