Door43-Catalog_or_tn/LUK/03/15.md

2.3 KiB

ଲୋକେ

ଏହା ଯେଉଁମାନେ ଯୋହନଙ୍କ ନିକଟକୁ ଆସିଥିଲେ ସେହି ଲୋକମାନଙ୍କୁ ଦର୍ଶାଏ। ଏହା ଏହିପରି ଅନୁବାଦ କରାଯାଇପାରେ “କାରଣ ଲୋକମାନେ।”

ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି

“ମୁଁ ଜଳ ବ୍ୟବହାର କରି ବାପ୍ତିସ୍ମ ଦେଉଅଛି ” କିମ୍ବା “ମୁଁ ଜଳ ଦ୍ୱାରା ବାପ୍ତିସ୍ମ ଦେଉଅଛି”

ତାହାଙ୍କ ପାଦୁକାର ବନ୍ଧନ ମଧ୍ୟ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ

ଏହା ଏହିପରି ଅନୁବାଦ କରାଯାଇପାରେ “ତାହାଙ୍କ ପାଦୁକାର ବନ୍ଧନ ମଧ୍ୟ ଫିଟାଇବାକୁ ଅଯୋଗ୍ୟ ଅଟେ।” ପାଦୁକାର ବନ୍ଧନ ଫିଟାଇବା ଏକ ଦାସର କର୍ତ୍ତବ୍ୟ ଥିଲା। ଯୋହନ କହୁଥିଲେ ଯେ ଯେଉଁ ଜଣ ଆସୁଅଛନ୍ତି ସେ ମହାନ ଅଟନ୍ତି ଆଉ ଯୋହନ ତାହାଙ୍କ ଦାସ ମଧ୍ୟ ହେବାର ଯୋଗ୍ୟ ନୁହନ୍ତି।

ପାଦୁକା

ପାଦୁକା ହେଉଛି ବନ୍ଧନ ଥିବା ଯୋତା ଅଟେ ଯାହା ଯୋତାର ତଳ ଅଂଶ ସହିତ ପାଦକୁ ଧରି ରଖେ। ଏହା ଏହିପରି ଅନୁବାଦ କରାଯାଇପାରେ “ଯୋତା” କିମ୍ବା “ଚପଲ” କିମ୍ବା “ଚମଡା ଦଉଡି”

ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ

ଏହି ଉଦାହରଣ ତୁଳନା କରେ ଯେ,ଏକ ବାସ୍ତବ ବାପ୍ତିସ୍ମ ଏକ ବ୍ୟକ୍ତିକୁ ଜଳର ସଂସ୍ପର୍ଶରେ ଆଣେ, ଏହା ସହିତ ଏକ ଆତ୍ମିକ ବାପ୍ତିସ୍ମ ସେମାନଙ୍କୁ ପବିତ୍ରଆତ୍ମା ଓ ଅଗ୍ନିର ସଂସ୍ପର୍ଶରେ ଆଣେ। (ଦେଖନ୍ତୁ: ଉଦାହରଣ)