Door43-Catalog_or_tn/LUK/03/14.md

2.0 KiB

ସୈନିକମାନେ

“ସ୍ଥଳ ସେନାବାହିନୀରେ ସେବା କରୁଥିବା ଲୋକମାନେ”

ଆଉ ଆମ୍ଭେମାନେ? ଆମ୍ଭେମାନେ କଅଣ କରିବା?

ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ ଲୋକସମୂହ ଓ କରଗ୍ରାହୀମାନେ ଯାହା କରିବା ଉଚିତ୍ ତାହା ସେମାନଙ୍କୁ କହିଲ। ଆଉ ଆମ୍ଭେ ସୈନିକମାନଙ୍କ ବିଷୟରେ କଅଣ, ଆମ୍ଭେମାନେ କଅଣ କରିବା?” ଯୋହନ ଏହି ଶବ୍ଦଗୁଡ଼ିକ “ଆମ୍ଭମାନଙ୍କୁ” ଏବଂ “ଆମ୍ଭେମାନେ।” ରେ ଅନ୍ତର୍ଭୁକ୍ତ ନୁହନ୍ତି (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)

ଛଳରେ କାହାରି ଧନ ହରଣ କର ନାହିଁ

ଏହା ଏହିପରି ଅନୁବାଦ କରାଯାଇପାରେ “ସେହି ପ୍ରକାରେ, କାହାକୁ ଛଳରେ ସେମାନଙ୍କ ଠାରୁ ଅର୍ଥ ପାଇବା ନିମନ୍ତେ ଦୋଷାରୋପଣ କର ନାହିଁ” କିମ୍ବା “କିଛି ଅନ୍ୟାୟ କାର୍ଯ୍ୟ କରିଅଛ ବୋଲି ଏକ ନିର୍ଦ୍ଦୋଷ ବ୍ୟକ୍ତିକୁ କୁହ ନାହିଁ।” ସୈନିକମାନେ ଅର୍ଥ ପାଇବା ନିମନ୍ତେ ଲୋକମାନଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ କରୁଥିଲେ।

ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ

“ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୁଅ” କିମ୍ବା “ଯାହା ତୁମ୍ଭମାନଙ୍କର ପ୍ରାପ୍ୟ ସେଥିରେ ସନ୍ତୁଷ୍ଟ ହୁଅ”