Door43-Catalog_or_tn/LUK/03/05.md

1.8 KiB

(ଯିଶାଇୟଙ୍କ ଠାରୁ ଉଦ୍ଦୃତ ଭାବବାଣୀ କରି ଆସୁଅଛନ୍ତି।)

ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ

ଏହା ଏହିପରି ଅନୁବାଦ କରାଯାଇପାରେ “ସେମାନେ ସଡ଼କରେ ପ୍ରତ୍ୟେକ ତଳ ସ୍ଥାନ ପୂର୍ଣ୍ଣ କରିବେ।” ଯେତେବେଳେ ଆସୁଥିବା ଏକ ବିଶେଷ ବ୍ୟକ୍ତି ନିମନ୍ତେ ଲୋକମାନେ ସଡ଼କ ପ୍ରସ୍ତୁତ କରନ୍ତି, ସେମାନେ ସେହି ତଳ ସ୍ଥାନରେ ଧୂଳି ସହ ପୂର୍ଣ୍ଣ ଯେପରି ସେହି ସଡ଼କସମତଳ ହେବ। ଏହା ଉଦାହରଣର ଏକ ଅଂଶ ଅଟେ ଯାହା ପୂର୍ବ ପଦରେ ଆରମ୍ଭ ହୋଇଥିଲା। (ଦେଖନ୍ତୁ: ଉଦାହରଣ)

ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ପ୍ରତ୍ୟେକ ପର୍ବତ ଓ ଉପପର୍ବତକୁ ସେମାନେ ସମତଳ କରିବେ” କିମ୍ବା “ସଡ଼କରେ ଥିବା ପ୍ରତ୍ୟେକ ଉଚ୍ଚ ସ୍ଥାନକୁ ସେମାନେ ଘୁଞ୍ଚାଇ ଦେବେ।”

ଈଶ୍ୱରଙ୍କ ପରିତ୍ରାଣ ଦେଖିବେ

ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱର କିପରି ଲୋକମାନଙ୍କୁ ପାପରୁ ପରିତ୍ରାଣ ଦିଅନ୍ତି ତାହା ଶିକ୍ଷା କରିବେ।”