Door43-Catalog_or_tn/LUK/02/51.md

1.7 KiB

ସେ ସେମାନଙ୍କ ସାଙ୍ଗରେ ଗୃହକୁ ବାହୁଡ଼ି ଗଲେ

“ଯୀଶୁ ମରିୟମ ଓ ଯୋଷେଫଙ୍କ ସହିତ ଗୃହକୁ ବାହୁଡ଼ି ଗଲେ”

ସେମାନଙ୍କ ବଶୀଭୂତ ହୋଇ ରହିଲେ

“ସେମାନଙ୍କର ଆଜ୍ଞାକାରୀ ହେଲେ” କିମ୍ବା “ସର୍ବଦା ସେମାନଙ୍କ ଆଜ୍ଞା ପାଳନ କରୁଥିଲେ”

ସଞ୍ଚୟ କଲେ

“ଯତ୍ନପୂର୍ବକ ସ୍ମରଣରେ ରଖିଲେ” କିମ୍ବା “ଉଲ୍ଲାସପୂର୍ବକ ଏହି ବିଷୟରେ ଚିନ୍ତା କଲେ।” ଏକ ସଞ୍ଚିତ ବିଷୟ ଯାହା ଅତି ମୁଲ୍ୟବାନ କିମ୍ବା ବହୁମୂଲ୍ୟ ଅଟେ। ମରିୟମ ଆପଣା ପୁତ୍ର କରିଥିବା ଓ କହିଥିବା ବିଷୟକୁ ଅତି ବହୁମୂଲ୍ୟ ବୋଲି ବିବେଚନା କଲେ। (ଦେଖନ୍ତୁ: ଉଦାହରଣ)

ଜ୍ଞାନରେ ଓ ଶରୀରରେ ବୃଦ୍ଧି ପାଇଲେ

“ଅଧିକ ଜ୍ଞାନୀ ଓ ଶକ୍ତିଶାଳୀ ହେଲେ”

ଈଶ୍ୱରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଲୋକମାନେ ତାହାଙ୍କୁ ଅଧିକରୁ ଅଧିକ ପସନ୍ଦ କଲେ, ଆଉ ଈଶ୍ୱର ତାହାଙ୍କୁ ଅଧିକରୁ ଅଧିକ ଆଶୀର୍ବାଦ କଲେ।”