Door43-Catalog_or_tn/LUK/02/48.md

3.6 KiB
Raw Permalink Blame History

ସେମାନେ ତାହାଙ୍କୁ ଦେଖି

“ମରିୟମ ଓ ଯୋଷେଫ ଯୀଶୁଙ୍କୁ ପାଇ”

ଆମ୍ଭମାନଙ୍କ ପ୍ରତି କାହିଁକି ଏପରି ବ୍ୟବହାର କଲୁ?

ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ ଏହା କିପରି କରିପାର?” ଏହା ଏକ ପରୋକ୍ଷ ଭାବରେ ଅନୁଯୋଗ କରିବା ଥିଲା କାରଣ ସେ ସେମାନଙ୍କ ସହିତ ଗୃହକୁ ଫେରିବା ପଥରେ ଯାଇ ନ ଥିଲେ। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

କାହିଁକି ତୁମ୍ଭେମାନେ ମୋତେ ଖୋଜୁଥିଲ?

ଏହା ଏହିପରି ଅନୁବାଦ କରାଯାଇପାରେ “କାହିଁକି ତୁମ୍ଭେ ଦୁଇ ଜଣ ମୋତେ ଅନ୍ୟ ସ୍ଥାନରେ ଦେଖୁଥିଲ?”

ଏଥିରେ

ଏହି ବାକ୍ୟାଂଶ ଏକ ନୂତନ କିମ୍ବା ବିଶେଷ ଘଟଣାର ଆରମ୍ଭକୁ ଦର୍ଶାଇବା ନିମନ୍ତେ ବେଳେବେଳେ ବ୍ୟବହାର କରାଯାଏ। ମଧ୍ୟ ଏହା ଯେଉଁଠାରେ କ୍ରିୟାର ଆରମ୍ଭ ହୁଏ ତାହା ଦର୍ଶାଇବା ନିମନ୍ତେ ବ୍ୟବହାର କରାଯାଇପାରେ। ଯଦି ଆପଣଙ୍କ ଭାଷାରେ ଏହି ପ୍ରକାର ବ୍ୟବହୃତ ବାକ୍ୟାଂଶ ଥାଏ, ଏଠାରେ ଏହା ବ୍ୟବହାର କରିବା ସ୍ୱାଭାବିକ କି ନୁହେଁ ଏହା ଚିନ୍ତା କରନ୍ତୁ।

ଏହା କଅଣ ଜାଣି ନ ଥିଲା…?

ଏହା ପ୍ରଭାବିତ ପ୍ରଶ୍ନର ଆରମ୍ଭ ଅଟେ। ସେମାନେ ଜାଣିଲେ କି ନାହିଁ ଏହା ଖୋଜି ବାହାର କରିବାକୁ ଯୀଶୁ ଚେଷ୍ଟା କରୁ ନ ଥିଲେ। ବରଂ ସେ ସେମାନଙ୍କୁ କିଛି ବିଷୟ କହୁଥିଲେ। ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେମାନଙ୍କର ଜାଣିବା ଉଚିତ୍।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ମୋହର ପିତାଙ୍କ ଗୃହରେ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ମୋହର ପିତାଙ୍କ ଗୃହରେ” କିମ୍ବା ) “ମୋହର ପିତାଙ୍କ ବ୍ୟବସାୟ ବିଷୟରେ।” ଏହି ଉଭୟ ଘଟଣାରେ, ଯେତେବେଳେ ଯୀଶୁ କହିଲେ “ମୋହର ପିତା” ସେ ଈଶ୍ୱରଙ୍କୁ ଦର୍ଶାଉଥିଲେ। ଯଦି ସେ କହନ୍ତି “ଗୃହ,” ତେବେ ସେ ମନ୍ଦିରକୁ ଦର୍ଶାଉଥିଲେ। ଯଦି ସେ କହନ୍ତି “ବ୍ୟବସାୟ,” ସେ, ଈଶ୍ୱର ତାହାଙ୍କୁ କରିବା ନିମନ୍ତେ ଦେଇଥିବା କାର୍ଯ୍ୟକୁ ଦର୍ଶାଉଥିଲେ। କିନ୍ତୁ ଯେହେତୁ ପରବର୍ତ୍ତୀ ପଦ କୁହେ ଯେ, ତାହାଙ୍କ ପିତାମାତା, ସେ ସେମାନଙ୍କୁ ଯାହା କହିଲେ ତାହା ବୁଝିଲେ ନାହିଁ, ଏହା ଆଉ ଅଧିକ ବର୍ଣ୍ଣନା ନ କରିବା ଉତ୍ତମ ହେବ।