Door43-Catalog_or_tn/LUK/02/33.md

2.7 KiB

ଇସ୍ରାଏଲ ମଧ୍ୟରେ ଅନେକ ଲୋକଙ୍କ ପତନ ଓ ଉତ୍‌ଥାନ ନିମନ୍ତେ ନିରୂପିତ

ଏହା ଏହିପରି ଅନୁବାଦ କରାଯାଇପାରେ “ଇସ୍ରାଏଲ ମଧ୍ୟରେ ଅନେକ ଲୋକଙ୍କ ଈଶ୍ୱରଙ୍କ ଠାରୁ ପତିତ ହେବା କିମ୍ବା ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ପାଇଁ ଉତ୍‌ଥିତ ହେବାର କାରଣ ନିମନ୍ତେ ନିରୂପିତ।” ଏହି ଉଦାହରଣରେ ଈଶ୍ୱରଙ୍କ ଠାରୁ ପଳାୟନ କରିବା କିମ୍ବା ଏବଂ ଈଶ୍ୱରଙ୍କ ନିକଟକୁ ଟାଣିବାର ଧାରଣାକୁ ଏହିପରି ବ୍ୟକ୍ତ କରୁଅଛି “ଉତ୍‌ଥାନ” ଏବଂ “ପତନ”। ଏହା ଏହିପରି ଅନୁବାଦ କରାଯାଇପାରେ “ସେ ଇସ୍ରାଏଲ ମଧ୍ୟରେ କେତେକ ଲୋକ ଈଶ୍ୱରଙ୍କ ଠାରୁ ବିମୁଖ ହେବାର ଓ ଇସ୍ରାଏଲ ମଧ୍ୟରେ ଅନ୍ୟ ଲୋକମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାର କାରଣ ହେବା ପାଇଁ ଈଶ୍ୱର ତାହାଙ୍କ ନିମନ୍ତେ ଯୋଜନା କରିଅଛନ୍ତି।” (ଦେଖନ୍ତୁ: ଉଦାହରଣ)

ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ଼୍‌ଗ ବିଦ୍ଧ କରିବ

ଏହା ଏକ ଗଭୀର ଦୁଃଖକୁ ବର୍ଣ୍ଣନା କରିବାର ଉଦାହରଣ ଅଟେ ଯାହା ମରିୟମ ଅନୁଭବ କରିବେ। ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ ଗଭୀର ଭାବରେ ଦୁଃଖ ଅନୁଭବ କରିବ” କିମ୍ବା “ତୁମ୍ଭ ହୃଦୟରେ ଖଡ଼୍‌ଗ ବିଦ୍ଧ ହେବା ସଦୃଶ୍ୟ ତୁମ୍ଭର ଦୁଃଖ କଷ୍ଟଦାୟକ ହେବ” କିମ୍ବା “ତୁମ୍ଭର ହୃଦୟ ଭାଙ୍ଗି ପଡ଼ିବ। ” (ଦେଖନ୍ତୁ: ଉଦାହରଣ)

ଯେପରି ଅନେକଙ୍କ ହୃଦୟର ଭାବ ପ୍ରକାଶିତ ହୁଏ

ଏହା ଏହିପରି ଅନୁବାଦ କରାଯାଇପାରେ “ଅନେକ ଲୋକଙ୍କ ଭାବ ପ୍ରକାଶିତ ହେବ” କିମ୍ବା “ଅନେକ ଲୋକ ଈଶ୍ୱରଙ୍କ ବିଷୟରେ ସତ୍ୟରେ କଅଣ ବିବେଚନା କରୁଛନ୍ତି ତାହା ଜଣାପଡ଼ିବ।”