Door43-Catalog_or_tn/LUK/02/25.md

2.1 KiB

ଧାର୍ମିକ

“ଈଶ୍ଵରଙ୍କ ପ୍ରତି ନିଷ୍ଠାବାନ” କିମ୍ବା “ଈଶ୍ଵରଙ୍କ ପ୍ରତି ବିଶ୍ଵସ୍ତ”

ଇସ୍ରାଏଲର ସାନ୍ତ୍ଵନାଦାତା

ଏହା ଏହିପରି ଅନୁବାଦ କରାଯାଇପାରେ “ଯିଏ ଇସ୍ରାଏଲକୁ ସାନ୍ତ୍ଵନା ଦିଅନ୍ତି।” ଏହା “ତ୍ରାଣକର୍ତ୍ତା” କିମ୍ବା “ଖ୍ରୀଷ୍ଟ” ଙ୍କ ଅନ୍ୟ ନାମ ଅଟେ।

ପବିତ୍ରଆତ୍ମା ତାଙ୍କଠାରେ ଅଧିଷ୍ଠାନ କରିଥିଲେ

“ପବିତ୍ରଆତ୍ମା ତାହାଙ୍କ ସହିତ ଥିଲେ।” ଈଶ୍ଵର ବିଶେଷ ପ୍ରକାରେ ତାହାଙ୍କ ସହିତ ଥିଲେ, ଆଉ ତାହାଙ୍କୁ ଜ୍ଞାନ ଓ ତାହାଙ୍କ ଜୀବନରେ ନିର୍ଦ୍ଦେଶ ଦେଲେ।

ପବିତ୍ରଆତ୍ମାଙ୍କ ଦ୍ଵାରା ତାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା

ଏହା ଏହିପରି ଅନୁବାଦ କରାଯାଇପାରେ “ପବିତ୍ରଆତ୍ମା ତାହାଙ୍କୁ ଦେଖାଇଥିଲେ” କିମ୍ବା “ପବିତ୍ରଆତ୍ମା ତାହାଙ୍କୁ କହିଥିଲେ।”

ପ୍ରଭୁଙ୍କ ଅଭିଷିକ୍ତଙ୍କର ଦର୍ଶନ ନ ପାଇଲେ ତାଙ୍କର ମୃତ୍ୟୁ ହେବା ନାହିଁ

ଏହା ଏହିପରି ଅନୁବାଦ କରାଯାଇପାରେ “ମୃତ୍ୟୁ ପୂର୍ବରୁ ସେ ପ୍ରଭୁଙ୍କ ଅଭିଷିକ୍ତଙ୍କର ଦର୍ଶନ ପାଇବେ” କିମ୍ବା “ସେ ପ୍ରଭୁଙ୍କ ଅଭିଷିକ୍ତଙ୍କର ଦର୍ଶନ ପାଇବେ ଆଉ ତାହା ପରେ ମୃତ୍ୟୁବରଣ କରିବେ।” ଏହି ଶବ୍ଦ “ପ୍ରଭୁ” ଏଠାରେ ଈଶ୍ଵରଙ୍କୁ ଦର୍ଶାଏ।