Door43-Catalog_or_tn/LUK/02/22.md

3.1 KiB

ଆଦେଶ ଅନୁସାରେ ସମୟ

ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ଵରଙ୍କ ଆଦେଶ ଅନୁସାରେ ଦିନ ସଂଖ୍ୟା।”

ସେମାନଙ୍କର ଶୁଚି ହେବା ନିମନ୍ତେ

“ସେମାନଙ୍କର ବିଧିସମ୍ମତ ଭାବରେ ଶୁଚି ହେବା ନିମନ୍ତେ” କିମ୍ବା “ଈଶ୍ଵରଙ୍କ ନିକଟରେ ଯୋଗ୍ୟ ହେବା ପାଇଁ ସେମାନେ ପୁନର୍ବାର ଶୁଚି ହେବା ନିମନ୍ତେ”

ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ

“ତାହାଙ୍କୁ ପ୍ରଭୁଙ୍କ ନିକଟକୁ ଆଣିବା ନିମନ୍ତେ” କିମ୍ବା “ତାହାଙ୍କୁ ପ୍ରଭୁଙ୍କ ଉପସ୍ଥିତିରେ ନିକଟକୁ ଆଣିବା ନିମନ୍ତେ।” ଏହା ପ୍ରତ୍ୟେକ ପ୍ରଥମଜାତ ପୁଂସନ୍ତାନ ଉପରେ ଈଶ୍ଵରଙ୍କ ଦାବିକୁ ସ୍ଵୀକାର କରିବା ନିମନ୍ତେ ଉତ୍ସବ ଥିଲା।

ଯେପରି ଏହା ଲେଖାଯାଇଛି

ଏହା ଏହିପରି ଅନୁବାଦ କରାଯାଇପାରେ “ଏହା ଲେଖାଯାଇଥିବା କାରଣରୁ ସେମାନେ ଏହା କଲେ।”

ପୁଂସନ୍ତାନ ଯିଏ ଜାତ ହୁଏ

ଏହା “ପ୍ରଥମଜାତ ପୁଂସନ୍ତାନ” ନିମନ୍ତେ ଏକ ରୂଢ଼୍ୟୋକ୍ତି ଅଟେ। ଏହି ବ୍ୟବସ୍ଥା ପ୍ରଥମଜାତ ଛୁଆ ଉଭୟେ ମନୁଷ୍ୟମାନଙ୍କ ନିମନ୍ତେ ଓ ଗୃହ ପାଳିତ ପଶୁମାନଙ୍କ ବିଷୟରେ ଥିଲା, କିନ୍ତୁ ଏହି ବିଷୟବସ୍ତୁରେ ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରଥମଜାତ ପୁତ୍ର।” (ଦେଖନ୍ତୁ: ରୂଢ଼୍ୟୋକ୍ତି)

ଘୁଘୁ

ଏଗୁଡ଼ିକ ଏକ ସାଧାରଣ ପକ୍ଷୀ ଅଟନ୍ତି ଯାହା ବୀଜ ଖାଆନ୍ତି ଓ ସମୟ ସମୟରେ ଖୋଲା ଅଞ୍ଚଳରେ ରହନ୍ତି। ଦୁଇ ହସ୍ତରେ ଧରିବା ନିମନ୍ତେ ସେମାନେ ବହୁତ ଛୋଟ ଅଟନ୍ତି, ଆଉ ଲୋକମାନେ ସେମାନଙ୍କୁ ଭୋଜନ କରିପାରନ୍ତି।

କାପ୍ତାଛୁଆ

ଏହି ପକ୍ଷୀଗୁଡ଼ିକ ବୀଜ ଖାଆନ୍ତି ଓ ସମୟ ସମୟରେ ପାହାଡ଼ିଆ କିମ୍ବା ପାର୍ବତୀୟ ଅଞ୍ଚଳରେ ରହନ୍ତି। ଦୁଇ ହସ୍ତରେ ଧରିବା ନିମନ୍ତେ ସେମାନେ ବହୁତ ଛୋଟ ଅଟନ୍ତି, ଆଉ ଲୋକମାନେ ସେମାନଙ୍କୁ ଭୋଜନ କରିପାରନ୍ତି।