Door43-Catalog_or_tn/LUK/02/10.md

2.7 KiB

ଭୟ କର ନାହିଁ

“ଭୟଭୀତ ହୁଅ ନାହିଁ”

କାରଣ ମୁଁ ତୁମ୍ଭମାନଙ୍କୁ ସୁସମାଚାର ଜଣାଉଅଛି

“ଯେହେତୁ ମୁଁ ତୁମ୍ଭମାନଙ୍କ ନିକଟରେ ସୁସମାଚାର ଆଣିଅଛି” କିମ୍ବା “ମୁଁ ତୁମ୍ଭମାନଙ୍କୁ କିଛି ସୁସମାଚାର କହିବି”

ତାହା ସମସ୍ତ ଲୋକଙ୍କ ନିମନ୍ତେ ଅତ୍ୟନ୍ତ ଆନନ୍ଦଜନକ ହେବ

ଏହା ଏହିପରି ଅନୁବାଦ କରାଯାଇପାରେ “ତାହା ସମସ୍ତ ଲୋକଙ୍କୁ ଅତ୍ୟନ୍ତ ଆନନ୍ଦ କରିବ।”

ସମସ୍ତ ଲୋକଙ୍କ

କେତେକ ଏହା ବୁଝନ୍ତି ଯେ ଯିହୁଦୀ ଲୋକମାନଙ୍କୁ ଦର୍ଶାଏ। ଅନ୍ୟମାନେ ଏହା ବୁଝନ୍ତି ଯେ ସମସ୍ତ ଲୋକମାନଙ୍କୁ ଦର୍ଶାଏ।

ଦାଉଦଙ୍କ ନଗର

ଏହା ଏହିପରି ଅନୁବାଦ କରାଯାଇପାରେ “ବେଥ୍‌ଲେହିମ ନାମକ ଦାଉଦଙ୍କ ନଗରରେ।”

ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନ ସ୍ଵରୂପ ହେବ

ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ଵର ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ” କିମ୍ବା “ତୁମ୍ଭେମାନେ ଈଶ୍ଵରଙ୍କ ଠାରୁ ଏହି ଚିହ୍ନ ଦେଖିବ।”

ଚିହ୍ନ

ଏହା ହୁଏତ ଦୂତ ଯାହା କହିଅଛନ୍ତି ତାହା ସତ୍ୟ ବୋଲି ପ୍ରମାଣିତ ହେବା ନିମନ୍ତେ ଏହି ଚିହ୍ନ ହୋଇପାରେ, କିମ୍ବା ଶିଶୁକୁ ଚିହ୍ନିବା ପାଇଁ ମେଷପାଳକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଏହି ଚିହ୍ନ ହୋଇପାରେ। ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରମାଣ”ପ୍ରଥମେ ବୁଝିବା ନିମନ୍ତେ କିମ୍ବା “ପ୍ରଭେଦ ଚିହ୍ନ” ଦ୍ଵିତୀୟଟି ନିମନ୍ତେ।

ଲମ୍ବା ଲୁଗାରେ ଗୁଡ଼ାଇ

ଏହା ଏହିପରି ଅନୁବାଦ କରାଯାଇପାରେ “ଯିଏ କମ୍ବଳରେ ଆରାମଦାୟକଭାବରେ ଗୁଡ଼ା ହୋଇଥିଲେ।”