Door43-Catalog_or_tn/LUK/02/06.md

4.4 KiB

ସେମାନେ ସେହି ସ୍ଥାନରେ ଥିବା ସମୟରେ

“ମରିୟମ ଓ ଯୋଷେଫ ବେଥ୍‌ଲେହିମରେ ଥିବା ସମୟରେ”

ସମୟ ଉପସ୍ଥିତ ହେଲା

“ଏହି ସମୟ ଥିଲା”

ଆପଣା ଶିଶୁକୁ ପ୍ରସବ କରିବା ନିମନ୍ତେ

“ଆପଣା ଶିଶୁକୁ ଜନ୍ମ ଦେବା ନିମନ୍ତେ।” ଏକ ସାଧାରଣ ବକ୍ତବ୍ୟ ବ୍ୟବହାର କରନ୍ତୁ ଯାହା ଲୋକଙ୍କୁ ଲଜ୍ଜିତ କରିବ ନାହିଁ।

ତାହାଙ୍କୁ ଉଷ୍ମ ଆରାମଦାୟକ ଲମ୍ବା ଲୁଗାରେ ଗୁଡ଼ାଇଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ତାହାଙ୍କୁ ଆରାମଦାୟକଭାବରେ କମ୍ବଳରେ ଗୁଡ଼ାଇଲେ” କିମ୍ବା “ ଏକ କମ୍ବଳକୁ ଦୃଢ଼ଭାବରେ ତାହାଙ୍କ ଚାରିଆଡେ ଗୁଡ଼ାଇଲେ। ” ଏହା ପ୍ରେମ ପ୍ରକାଶ କରିବା ଓ ନୂତନରେ ଜନ୍ମ ହୋଇଥିବା ଶିଶୁ ପ୍ରତି ଚିନ୍ତାର ପ୍ରତିକ୍ରିୟା ଥିଲା।

ଗୁହାଳକୁଣ୍ଡରେ

ଏହା ଏକ ପ୍ରକାର ପେଡି ବା ଆକାର ଯେଉଁଠାରେ ଲୋକେ ପଶୁମାନଙ୍କ ନିମନ୍ତେ ଖାଇବାକୁ ନଡ଼ା ବା ଅନ୍ୟ ଖାଦ୍ୟ ଦିଅନ୍ତି। ଏହା ବହୁତ ପରିଷ୍କାର ଥିଲା ଆଉ ହୁଏତ ଏଠାରେ କିଛି ସୂକ୍ଷ୍ମ ଓ ନଡ଼ା ସଦୃଶ୍ୟ ଶୁଖିଲା ଜିନିଷ ଥିଲା ଯାହା ଶିଶୁ ପାଇଁ ଏକ ଗଦିରୂପେ ଥିଲା। ପଶୁମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଓ ସେମାନଙ୍କୁ ସହଜରେ ଖାଦ୍ୟ ଦେବା ନିମନ୍ତେ ସମୟ ସମୟରେ ସେମାନଙ୍କୁ ଗୃହ ନିକଟରେ ରଖୁଥିଲେ। ଦୃଶ୍ୟମାନ ଭାବରେ ମରିୟମ ଓ ଯୋଷେଫ ଏପରି ଏକ କଠୋରୀରେ ରହିଲେ ଯାହା ପଶୁମାନଙ୍କ ନିମନ୍ତେ ବ୍ୟବହାର କରାଯାଉଥିଲା।

ବସାଘର

ଏହା ଅତିଥି ଓ ଯାତ୍ରୀମାନଙ୍କ ନିମନ୍ତେ ଏକ ସ୍ଥାନ ଅଟେ।

ବସାଘରେ ସେମାନଙ୍କ ପାଇଁ ସ୍ଥାନ ନ ଥିଲା।

“ସେମାନେ ରହିବା ନିମନ୍ତେ ଅତିଥିଶାଳାରେ କୌଣସି ଖାଲିସ୍ଥାନ ନ ଥିଲା।” ସମ୍ଭବତଃ ଏହା ହେଲା, କାରଣ ଅନେକ ଲୋକ ବେଥ୍‌ଲେହିମରୁ ନାମ ଲେଖାଇବା ନିମନ୍ତେ ଯାଇଥିଲେ।

କାରଣ ସେଠାରେ କୌଣସି କୋଠରୀ ନ ଥିଲା

ଯଦି ଏହା ସ୍ପଷ୍ଟ ନୁହେଁ କାହିଁକି ମରିୟମ ଆପଣା ପୁତ୍ରଙ୍କୁ ଗୁହାଳକୁଣ୍ଡରେ ଶୁଆଇଲେ, ପଶୁମାନେ ରହିବା କୋଠରୀରେ ସେମାନେ ରହିବା ବିଷୟକ ଏହି ଅବ୍ୟକ୍ତ ସୂଚ଼ନାକୁ ଆପଣମାନେ ସ୍ପଷ୍ଟ କରିପାରନ୍ତି, ଆଉ ସୂଚ଼ନାର କ୍ରମକୁ ପଦ ୭ ରେ ଆପଣମାନେ ପରିବର୍ତ୍ତନ କରିପାରନ୍ତି। “ଅତିଥିଶାଳାରେ ସେମାନଙ୍କ ନିମନ୍ତେ କୌଣସି ଖାଲିସ୍ଥାନ ନ ଥିଲା, ତେଣୁ ସେମାନେ ପଶୁମାନେ ରହିବା କଠୋରୀରେ ରହିଲେ। ଯେତେବେଳେ ସେ ଆପଣା ପୁତ୍ରଙ୍କୁ ଜନ୍ମ ଦେଲେ, ଆପଣା ପ୍ରଥମଜାତ ଶିଶୁ, ସେ ତାହାଙ୍କୁ ଉଷ୍ମ ଆରାମଦାୟକ ଲମ୍ବା ଲୁଗାରେ ଗୁଡ଼ାଇଲେ। ତାହାପରେ ସେ ତାହାଙ୍କୁ ଗୁହାଳକୁଣ୍ଡରେ ଶୁଆଇଲେ।” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)