Door43-Catalog_or_tn/LUK/02/04.md

2.5 KiB

ଯିହୁଦୀୟ ବେଥ୍‌ଲେହିମ ନଗରକୁ ଗଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯିହୁଦା ପ୍ରଦେଶର ବେଥ୍‌ଲେହିମ ନଗରକୁ ଗଲେ।” ନାଜରିତ ଠାରୁ ବେଥ୍‌ଲେହିମ ବିକଶିତ ନଗର ଥିଲା।

ଦାଉଦଙ୍କ ନଗର

ବେଥ୍‌ଲେହିମ ଏକ ନଗର ବୋଲି ଖ୍ୟାତ ଥିଲା କାରଣ ଏହାର ଆକାର ନୁହେଁ କିନ୍ତୁ ଏହାର ବିଶେଷତା ନିମନ୍ତେ। ରାଜା ଦାଉଦ ସେଠାରେ ଜନ୍ମ ହୋଇଥିଲେ ଓ ସେଠାରେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିବେ ବୋଲି ଭାବବାଣୀ ହୋଇଥିଲା। “ଦାଉଦଙ୍କ ନଗର” ଏହିପରି ଅନୁବାଦ କରାଯାଇପାରେ “ରାଜା ଦାଉଦଙ୍କ ନଗର।”

ନାମ ଲେଖାଇବା ନିମନ୍ତେ

ଏହା ଏହିପରି ଅନୁବାଦ କରାଯାଇପାରେ “ବିବରଣୀ ପୁସ୍ତକରେ ଆପଣା ନାମ ଲେଖାଇବା ନିମନ୍ତେ” କିମ୍ବା “ଗଣନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ।”

ମରିୟମଙ୍କ ସହିତ

ମରିୟମ ନାଜରିତ ଠାରୁ ଯୋଷେଫଙ୍କ ସହିତ ଯାତ୍ରା କଲେ। ଏହା ଏହିପରି ଯେ ସ୍ତ୍ରୀମାନେ ମଧ୍ୟ କର ଦେଉଥିଲେ, ତେଣୁ ମରିୟମ ମଧ୍ୟ ଯାତ୍ରା କରିବାକୁ ଓ ନାମ ଲେଖାଇବାର ଆବଶ୍ୟକ ଥିଲା।

ଯାହାର ତାହାଙ୍କ ସହିତ ବିବାହନିର୍ବନ୍ଧ ହୋଇଥିଲା

ଏହା ଏହିପରି ଅନୁବାଦ କରାଯାଇପାରେ “ତାହାଙ୍କ ବାଗ୍‌ଦତ୍ତା” କିମ୍ବା “ଯିଏ ତାହାଙ୍କୁ ବିବାହ କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ।” ପ୍ରତିଜ୍ଞାବଦ୍ଧ ଏକ ଯୋଡ଼ା ଆଇନ୍ ଅନୁଯାୟୀ ବିବାହ କରିବାକୁ ସ୍ଥିର କରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହୋଇ ନ ଥିଲା।