Door43-Catalog_or_tn/LUK/02/01.md

3.9 KiB

ସେସମୟରେ

ଏହି ଶବ୍ଦ ଏହା ଦର୍ଶାଏ ଯେ ଲେଖକ ଏକ ଅନ୍ୟ ବିଷୟକୁ ଉପସ୍ଥାପନ କରୁଛନ୍ତି।

ଏହା ଏହି ବିଷୟରେ ଆସିଲା

ଏହି ବାକ୍ୟାଂଶ ଏହା ଦର୍ଶାଇବାକୁ ବ୍ୟବହାର କରାଯାଇଛି ଯେ, ଏହା ଏକ ବିବରଣର ଆରମ୍ଭ ଅଟେ। ଯଦି ଆପଣମାନଙ୍କ ଭାଷାରେ ଏକ ବିବରଣୀକୁ ଆରମ୍ଭ କରିବାକୁ କୌଣସି ଶୈଳୀ ଥାଏ, ଆପଣ ତାହା ବ୍ୟବହାର କରିପାରନ୍ତି। କେତେକ ସଂସ୍କରଣରେ ଏହି ବାକ୍ୟାଂଶ ଅନ୍ତର୍ଭୁକ୍ତ ହୋଇ ନାହିଁ।

କାଇସର ଅଗଷ୍ଟ

“ରାଜା ଅଗଷ୍ଟ” କିମ୍ବା “ସମ୍ରାଟ ଅଗଷ୍ଟ।” ଅଗଷ୍ଟ ରୋମୀ ସାମ୍ରାଜ୍ୟର ପ୍ରଥମ ସମ୍ରାଟ ଥିଲେ। (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ରାଜାଜ୍ଞା ଘୋଷଣା କରାଗଲା

ଏକ ରାଜଜ୍ଞା ହେଉଛି ଏକ ଆଦେଶ ବା ଆଜ୍ଞା. ଏହା ଏହିପରି ଅନୁବାଦ କରାଯାଇପାରେ “ରାଜାଜ୍ଞା ହେଲା” କିମ୍ବା “ଆଦେଶ ହେଲା” କିମ୍ବା “ଆଜ୍ଞା ଦିଆଗଲା।”

ନାମଲେଖା ଯିବା

ନାମଲେଖା, ଏକ ଦେଶର ବା ଅଞ୍ଚଳର ସମସ୍ତ ଲୋକମାନଙ୍କ ସରକାରୀ ଗଣନା ଓ ଅଭିଲିଖିତ ଅଟେ। ଏହା କର ଆଦାୟ କରିବା ନିମନ୍ତେ ବ୍ୟବହାର ହେଉଥିଲା।

ସେହି ନାମଲେଖାରେ ରୋମୀ ସାମ୍ରାଜ୍ୟବାସୀ ସମସ୍ତ ଲୋକଙ୍କ ନାମ ଲେଖାଗଲା

ଏହା ଏହିପରି ଅନୁବାଦ କରାଯାଇପାରେ “ଯାହା ସେମାନେ ରୋମୀ ସାମ୍ରାଜ୍ୟବାସୀ ସମସ୍ତ ଲୋକଙ୍କ ନାମ ପଞ୍ଜୀକୃତ କଲେ” କିମ୍ବା “ଯାହା ସେମାନେ ରୋମୀ ସାମ୍ରାଜ୍ୟବାସୀ ସମସ୍ତ ଲୋକଙ୍କୁ ଗଣନା କରନ୍ତି ଓ ସେମାନଙ୍କ ନାମ ଲେଖନ୍ତି।”

ରୋମୀସାମ୍ରାଜ୍ୟ

ଏହା ଏହିପରି ଅନୁବାଦ କରାଯାଇପାରେ “ଜଗତର ଏକ ଅଂଶ ଯାହା ରୋମୀ ସରକାରଙ୍କ ଦ୍ଵାରା ନିୟନ୍ତ୍ରଣାଧିନ ଥିଲା” କିମ୍ବା “ରୋମୀ ସମ୍ରାଟ ଦ୍ଵାରା ଶାସନାଧିନ ଦେଶଗୁଡ଼ିକ” କିମ୍ବା “ରୋମୀସାମ୍ରାଜ୍ୟ।”

କ୍ଵିରୀଣିୟ

କ୍ଵିରୀଣିୟ ସୁରିଆର ଶାସନକର୍ତ୍ତା ହେବା ନିମନ୍ତେ ନିଯୁକ୍ତ ହୋଇଥିଲେ। (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ପ୍ରତ୍ୟେକଜଣ ଗଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରତ୍ୟେକଜଣ ଯିବା ଆରମ୍ଭ କଲେ” କିମ୍ବା “ପ୍ରତ୍ୟେକଜଣ ଯାଉଥିଲେ।”

ଆପଣା ଆପଣା ନଗରକୁ

“ଯେଉଁ ନଗରରେ ଆପଣା ପିତୃପୁରୁଷ ରହୁଥିଲେ”

ନାମ ଲେଖାଇବା ନିମନ୍ତେ

“ବିବରଣ ପୁସ୍ତକରେ ଆପଣା ନାମ ଲେଖାଇବା ନିମନ୍ତେ” କିମ୍ବା “ସରକାରୀ ଗଣନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ”