Door43-Catalog_or_tn/LUK/01/72.md

2.3 KiB

(ଜିଖରିୟ ଭାବବାଣୀ କରି ଆସୁଅଛନ୍ତି।)

ଦୟା ବ୍ୟବହାର କରନ୍ତି

“ଦୟାବନ୍ତ ହୁଅନ୍ତି” କିମ୍ବା “ଆପଣା ଦୟା ଅନୁସାରେ ବ୍ୟବହାର କରନ୍ତି”

ସ୍ମରଣ

ଏହି ପୃଷ୍ଠଭୂମିରେ “ ସ୍ମରଣ” ଏହାର ଅର୍ଥ ନ ଭୁଲିବା ନୁହେଁ। ଏହାର ଅର୍ଥ ପ୍ରତିଜ୍ଞା ସଫଳ କରିବା କିମ୍ବା କିଛି ବିଷୟ ସମ୍ପାଦନ କରିବା।

ଆମ୍ଭମାନଙ୍କ ଶତ୍ରୁମାନଙ୍କ ହସ୍ତରୁ

“ଆମ୍ଭମାନଙ୍କ ଶତ୍ରୁମାନଙ୍କ ନିୟନ୍ତ୍ରଣରୁ” କିମ୍ବା “ଆମ୍ଭମାନଙ୍କ ଶତ୍ରୁମାନଙ୍କ ଦ୍ୱାରା ହୋଇଥିବା କ୍ଷତି ଓ ଦାସତ୍ୱରୁ।” “ହସ୍ତ” ଅନ୍ୟ ବ୍ୟକ୍ତି ଉପରେ ଥିବା ଜଣେ ବ୍ୟକ୍ତିର କ୍ଷତିକାରକ ନିୟନ୍ତ୍ରଣ ବା ଶକ୍ତିକୁ ଦର୍ଶାଏ। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ନିର୍ଭୟରେ

ଏହା ଏହିପରି ଅନୁବାଦ କରାଯାଇପାରେ “ଆମ୍ଭମାନଙ୍କ ଶତ୍ରୁମାନଙ୍କୁ ଭୟଭୀତ ନ ହୋଇ। ”

ସାଧୁତାରେ ଓ ଧର୍ମିକତାରେ

“ପବିତ୍ର ଓ ଧାର୍ମିକ ପ୍ରକାରେ” (ୟୁଡିବୀ) କିମ୍ବା “ଯେତେବେଳେ ଆମ୍ଭେମାନେ ପବିତ୍ର ଓ ଧାର୍ମିକ ପ୍ରକାରେ ଜୀବନଯାପନ କରୁ” କିମ୍ବା “ଯେତେବେଳେ ଆମ୍ଭେମାନେ ପବିତ୍ର ଜୀବନଯାପନ କରୁ ଓ ଯାହା ଠିକ ତାହା କରୁ”

ତାହାଙ୍କ ସମ୍ମୁଖରେ

“ତାହାଙ୍କ ଉପସ୍ଥିତିରେ” କିମ୍ବା “ତାହାଙ୍କ ଇଚ୍ଛାନୁସାରେ”

ଆମ୍ଭମାନଙ୍କ ଯାବଜ୍ଜୀବନ

“ଆମ୍ଭମାନଙ୍କ ସମସ୍ତ ଜୀବନ”