Door43-Catalog_or_tn/LUK/01/69.md

2.5 KiB

(ଜିଖରିୟ ଭାବବାଣୀ କରି ଆସୁଅଛନ୍ତି।)

ସେ ଆପଣା ଦାସ ଦାଉଦ

“ରାଜା ଦଉଦ, ଯିଏ ତାହାଙ୍କର ସେବା କଲେ”

ଈଶ୍ୱର ଯେପରି କହିଥିଲେ

ଏଠାରେ, ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱର ଯାହା ପ୍ରତିଜ୍ଞା କରିଥିଲେ ତାହା ସେ କରିବେ ବୋଲି”

ଆପଣା ପବିତ୍ର ଭାବବାଦୀମାନଙ୍କ ଦ୍ୱାରା କଥା କହିଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଆପଣା ପବିତ୍ର ଭାବବାଦୀମାନେ କଥା କହିବାର କାରଣ ହେଲେ” (ୟୁଡିବୀ)। ଯେତେବେଳେ ଈଶ୍ୱର ଆପଣା ପବିତ୍ର ଭାବବାଦୀମାନଙ୍କ ଦ୍ୱାରା କଥା କହିଲେ, ସେମାନେ ଆପଣା ନିଜ ସ୍ୱର ବ୍ୟବହାର କଲେ, କିନ୍ତୁ ଈଶ୍ୱର ସେମାନଙ୍କୁ ଆପଣା ଇଚ୍ଛାନୁସାରେ ବାକ୍ୟ ଦେଇ କହିବା ନିମନ୍ତେ ସେମାନଙ୍କୁ ସକ୍ଷମ କଲେ।

ଆମ୍ଭମାନଙ୍କ ଶତ୍ରୁମାନଙ୍କ…ଆମ୍ଭମାନଙ୍କ ସମସ୍ତ ଘୃଣାକାରୀଙ୍କ

ଏହି ଦୁଇ ବାକ୍ୟାଂଶ, ଯେଉଁମାନେ ଈଶ୍ୱରଙ୍କ ଲୋକମାନଙ୍କ ବିରୋଧ କରନ୍ତି ସେମାନଙ୍କୁ ଦର୍ଶାଏ। ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁ ଲୋକମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରନ୍ତି ଓ ଆମ୍ଭମାନଙ୍କର କ୍ଷତି କରିବାକୁ ଇଚ୍ଛା କରନ୍ତି।” (ଦେଖନ୍ତୁ: ଯୁଗ୍ମ)

ହସ୍ତ

“ଶକ୍ତି” କିମ୍ବା “ନିୟନ୍ତ୍ରଣ।” ଏହି ଶବ୍ଦ “ହସ୍ତ” ଶକ୍ତି ବା ନିୟନ୍ତ୍ରଣ ସହିତ ସମ୍ବନ୍ଧ ଅଟେ ଯାହା ଈଶ୍ୱରଙ୍କ ଲୋକମାନଙ୍କର କ୍ଷତି କରିବାକୁ ବ୍ୟବହାର ହୁଏ। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)