Door43-Catalog_or_tn/LUK/01/67.md

1.4 KiB

ଏହି ଭାବବାଣୀ କହିଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଆଉ ଭାବବାଣୀ କଲେ, ଆଉ ଯାହା ସେ କହିଲେ।”ଆପଣଙ୍କ ଭାଷାରେ ପ୍ରତ୍ୟକ୍ଷ ଉକ୍ତିକୁ ପରିଚୟ କରାଇବା ନିମନ୍ତେ ବାସ୍ତବ ଶୈଳୀକୁ ଚିନ୍ତା କରନ୍ତୁ (ଦେଖନ୍ତୁ: ଅଳଙ୍କାର)

ଇସ୍ରାଏଲର ଈଶ୍ୱର

“ଯେଉଁ ଈଶ୍ୱର ଇସ୍ରାଏଲ ଉପରେ ରାଜତ୍ୱ କରନ୍ତି” କିମ୍ବା “ଯେଉଁ ଈଶ୍ୱରଙ୍କୁ ଇସ୍ରାଏଲ ଉପାସନା କରେ।” ଇସ୍ରାଏଲ, ଏଠାରେ ଇସ୍ରାଏଲ ରାଷ୍ଟ୍ରକୁ ଦର୍ଶାଏ। ଜିଖରିୟ ଓ ସେ କଥା କହୁଥିବା ଲୋକମାନେ ସମସ୍ତେ ଇସ୍ରାଏଲ ରାଷ୍ଟ୍ରର ଅଟନ୍ତି।

ଆମ୍ଭମାନଙ୍କ ନିକଟକୁ ଆସିଅଛନ୍ତି

ଏହା ଏକ ରୂଢ଼୍ୟୋକ୍ତି ଅଟେ ଯାହାର ଅର୍ଥ “ଆମ୍ଭମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଆସିଅଛନ୍ତି।”

ଆପଣା ଲୋକ

“ଈଶ୍ୱରଙ୍କ ଲୋକ”